ଆଠଗଡ଼ ତା ୧୯-୧୨-୨୩ ଯେ କୌଣସି କାର୍ଯ୍ୟର ଆରମ୍ଭ ପାଇଁ ପ୍ରଥମେ ପ୍ରତିବଦ୍ଧତା ରହିବା ନିହାତି ଜରୁରୀ। ସେହି ଅନୁସାରେ କାମ କଲେ ପ୍ରତିବନ୍ଧକ ଆପେ ଆପେ ଦୁରେଇ ଯିବ ବୋଲି ଆଜି ଆଠଗଡ଼ ମହୋତ୍ସବ ର ପଞ୍ଚମ ସନ୍ଧ୍ୟା ରେ ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ। ଆଜିର ସନ୍ଧ୍ୟା ରେ ରାଜ୍ୟ ସଂସ୍କୃତି ବିଭାଗ ଏବଂ ଆଠଗଡ଼ ର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଦଳ ମାନେ ଆସି ସେମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅଵସର ରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ହୋଇ ଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା। ଆଠଗଡ଼ ମହୋତ୍ସବ କମିଟି ର ଆବାହକ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଜି ର କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, କଟକ ଚୌଦ୍ଵାର ଵିଧାୟକ ସୌଭିକ ବିଶ୍ଵାଳ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହୋତ୍ସବ କମିଟି ର ସଭାପତି ଆଠଗଡ଼ ଵିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ତିଗିରିଆ ର ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ କୁମାର ମଲ୍ଲିକ, ସସ୍ମିତା ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅଵସର ରେ କଳା ଏବଂ ସଂସ୍କୃତି କ୍ଷେତ୍ର ରେ ପ୍ରସିଦ୍ଧି ଲାଭ କରିଥିବା ତିନି ଜଣ ବ୍ୟକ୍ତିଙ୍କୁ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା।