ଆନନ୍ଦପୁର : ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ NH 20 ନଂ ଜାତୀୟ ରାଜପଥ ଯାଜପୁର ରୋଡ଼ରୁ ଆସୁଥିବା ଏକ କାର ଇଞ୍ଜିନିଅର ଛାତ୍ର ରବିନାରାୟଣ ଜେନାଙ୍କୁ ଧକ୍କା ଦେଇଥିଲା ll ଘଟଣା ସ୍ଥଳରେ ରବିନାରାୟଣ ଜେନାଙ୍କ ମୃତ୍ୟୁ ହୋଇଥିବା ବେଳେ ରାମଚନ୍ଦ୍ରପୁର ଥାନା ଅଧିକାରୀ ମୃତ ରବିନାରାୟଣକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ll ମୃତ ଯୁବକ ଆନନ୍ଦପୁର ହାଟଡିହି ବ୍ଲକ ଅନ୍ତର୍ଗତ ସମଣା ପଞ୍ଚାୟତ ଆଗିରିଆ ଗ୍ରାମର ଭାଗିରଥି ଜେନାଙ୍କ ଏକ ମାତ୍ର ପୁଅ ହୋଇଥିବା ବେଳେ ତାଙ୍କର ଏହି ମୃତ୍ୟୁ ଖବର ପାଇ ତାଙ୍କର ପରିବାର ଲୋକଙ୍କ ସମେତ ସମାଜସେବୀ ଝାନ୍ସୀ ରାଣୀ ଦାସ ଉପଖଣ୍ଡ ଚିକିତ୍ସାଳୟରେ ପହଂଚିଥିଲେ ll ଝାନ୍ସୀ ରାଣୀ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବା ସହିତ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏହି ଶୋକ ସନ୍ତାପିତ ପରିବାରକୁ ଅସୀମ ସାହସ ଓ ଧର୍ଯ୍ୟ ଧରିବା ସହ ରବିନାରାୟଣଙ୍କ ଆତ୍ମର ସଦ୍ଗତି ନିମନ୍ତେ ପାର୍ଥନା କରିଥିଲେ ll ଘଟଣା ଘଟାଇ ଥିବା କାର ଟିକୁ ରାମଚନ୍ଦ୍ରପୁର ପୋଲିସ ଜବଦ କରିବା ସହିତ ଚଳକକୁ ଗିରଫ କରିଛି ll