Odisha news

ଏହି ପୃଥିବୀ ପୃଷ୍ଠରେ ମଣିଷଙ୍କ ସହିତ ରହୁଛନ୍ତି ଏଲିଅନ, ଯାହାକୁ ନେଇ ବୈଜ୍ଞାନିକଙ୍କ ବଡ଼ ଦାବୀ

0

ନୂଆଦିଲ୍ଲୀ : ଦୁନିଆରେ ବୈଜ୍ଞାନିକ ମାନେ ଏଲିଅନ ମାନଙ୍କର ବାସ୍ତବିକତା କୁ ନେଇ ଗବେଷଣା ଚଳାଇଛନ୍ତି l ଅନେକ ସମୟ ରେ ସେମାନଙ୍କ ଦାବି କୁ ନେଇ ବିଶ୍ୱାସ ମଧ୍ୟ ହୋଇନଥାଏ l ବର୍ତମାନ ହାବାର୍ଡ ର ୨ଜଣ ବୈଜ୍ଞାନିକ ମତ ଦେଇଛନ୍ତି ଯେ ଏଲିଅନ ସର୍ବଦା ଏହି ପୃଥିବୀ ପୃଷ୍ଠରେ ରହିଛନ୍ତି ଓ ମଣିଷଙ୍କ ନିକଟରୁ ଲୁଚି ସମସ୍ତ କାର୍ଯ୍ୟ କରୁଛନ୍ତି l ଦେଲି ମେଲ୍ ର ଗୋଟିଏ ସୂଚନା ଅନୁସାରେ କୁହାଯାଇଛି ଯେ ପୃଥିବୀ ପୃଷ୍ଠର ୮୦  ପ୍ରତିଶତ ମହାସାଗର ର ନକ୍ସା ମିଳୁନାହିଁ l ତର୍କ ଦିଆଯାଇଛି ଯେ ପୃଥିବୀ ପୃଷ୍ଠରେ ଏହି କଥିତ ଏଲିଅନ ମାନଙ୍କ ପାଇଁ ଅନେକ ସ୍ଥାନ ରହିଛି l ଏହା ଜରୁରୀ ନୁହେଁ ଯେ ସେମାନେ ଅନ୍ୟ ଗ୍ରହ ରୁ ଆସିଛନ୍ତି , ହୋଇପାରେ ସେମାନେ ଆରମ୍ଭ ରୁ ଆମ ସହିତ ରହୁଛନ୍ତି l ଏବଂ ନିଜକୁ ଲୁକାୟିତ ଭାବରେ ରଖିଛନ୍ତି l

ବୈଜ୍ଞାନିକ ଙ୍କ ମତରେ ପୃଥିବୀ ତଳେ ଏଭଳି ଅନେକ ରହସ୍ୟ ଲୁକାୟିତ ଅବସ୍ଥାରେ ରହିଛି ଯାହାର କଳ୍ପନା ମଧ୍ୟ କରାଯାଇ ନପାରେ l ସେହି ମାନଙ୍କ ମଧ୍ୟରୁ ଏଲିଅନ ମଧ୍ୟ ହୋଇ ପାରନ୍ତି l ବୈଜ୍ଞାନିକ ମାନଙ୍କର ଏହି ଅଧ୍ୟୟନ ରେ କୁହାଯାଇଛି ଯେ ପୃଥିବୀ ତଳେ ଏଭଳି ଅନେକ ଆଶ୍ଚର୍ଯ୍ୟ କଲାଭଳି ଜିନିଷ ରହିଛି ସେଥି ମଧ୍ୟରୁ ଏଲିଅନ ମଧ୍ୟ ଗୋଟିଏ ହୋଇ ପାରନ୍ତି l କିଛି ବର୍ଷ ପୂର୍ବରୁ କିଛି ଖଗୋଳ  ବିଜ୍ଞାନୀ ଙ୍କ ମତ ରହିଛି ଯେ ମହାଶୂନ୍ୟ ରେ ର୍ବହଳି ୭ଟି ତାରା ରହିଛି ଯେଉଁଥିରୁ ରହସ୍ୟମୟୀ ଉର୍ଜା ନିର୍ଗତ ହେଉଛି l ଏହି ତାରା ଗୁଡିକ ଆକାରରେ ସୂର୍ଯ୍ୟଙ୍କ ୬୦ ପ୍ରତିଶତ ରୁ ୮ ପ୍ରତିଶତ ମଧ୍ୟରେ ଅଟେ l ଏବଂ ୬୦ ଟି ତାରା ଏଭଳି ମିଳିଥିଲେ ଯିଏକି ଏଲିଅନ ପାୱାର ପ୍ଲାଣ୍ଟ ଦ୍ୱାରା ପରିବେଷ୍ଟିତ ହୋଇ ରହିଛନ୍ତି l ବୈଜ୍ଞାନିକ ଙ୍କ ମତରେ ଏହା ସୂଚେଇ ଦେଉଛି ଯେ ଏହି ପାୱାର ପ୍ଲାଣ୍ଟ ଙ୍କୁ ଏଲିଅନ ମାନେ ବ୍ୟବହାର କରୁଛନ୍ତି l

Nalco

Leave A Reply