Odisha news

ଅଲିଭ ରିଡ଼ଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ : ୧୩୪ଟି ଅଣ୍ଡା ସଂଗୃହିତ

0

କୋଣାର୍କ ,ସବ୍ୟୁ:ବିଳମ୍ବରେ ହେଲେ ମଧ୍ୟ ଚନ୍ଦ୍ରଭାଗା ଉପକୁଳରେ ଅଲିଭ ରିଡ଼ଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମିଳିଥିବା ସୂଚନା ମୁତାବକ କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟ ଅଧିନରେ ଅଲିଭ ରିଡ଼ଲେ କଇଁଛ ଅଣ୍ଡା ସଂଗ୍ରହ ଓ ପ୍ରଜଜନ ପାଇଁ ତିନୋଟି ଅସ୍ଥାୟୀ ସୁରକ୍ଷା ଶିବିର ଖୋଲାଯାଇଛି ।ବାଲିଦେ।କାନ କଅଁରପୁର ଉପକୁଳ, ଚନ୍ଦ୍ରଭାଗା ନୋଳିଆସାହି ଓ ବେଳାମାର୍ଗ ର ଏକ ସ୍ଥାନରେ ଏହି ତିନୋଟି ଶିବର ଖୋଲାଯାଇଛି । ‌ତିନୋଟି ଅସ୍ଥାୟୀ କଇଁଛ ଅଣ୍ଡା ସଂଗ୍ରହ କେନ୍ଦ୍ର ମଧ୍ୟରୁ ବାଲିଦୋକାନ କଅଁରପୁର କେନ୍ଦ୍ରରୁ ୧୩୪ଟି ଅଣ୍ଡା ସଂଗ୍ରହ କରାଯାଇଥିବାର ଜଣାପଡ଼ିଛି ।ବିଳମ୍ବରେ ହେଲେ ମଧ୍ୟ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ବନବିଭାଗ କୋଣାର୍କ ଅଧିକାରୀ ବେଣୁଧର ବେହେରା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।  ।

Govt
Leave A Reply