Odisha news

ମୁରସିଂ ସ୍କୁଲରେ ଅନିୟମିତତାର ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଏବିଓଙ୍କ ସୂଚନା

0
ନର୍ଲା(ଦୀପକ କୁମାର ଠାକୁର) ନର୍ଲା ବ୍ଳକ ଅନ୍ତର୍ଗତ ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଗ୍ରାମ୍ୟ ଶିକ୍ଷା କମିଟି ଓ ଗ୍ରାମବାସୀଙ୍କ ଅଭିଯୋଗ ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ନର୍ଲା ବ୍ଳକ ଶିକ୍ଷା ଅଧିକାରୀ ନିରୂପମା ଦୋରା ଓ ଏବିଓ ଜୟସେନ ନିଆଲ ମୁରସିଂ ପ୍ରାଥମିକ ବିଦ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି। ଏଠାରେ ଅଭିଯୋଗ ମତେ ୨୦୧୮-୧୯ ଶିକ୍ଷା ବର୍ଷରେ ଶିଶୁଙ୍କୁ ପୋଷାକ ବଣ୍ଟନ ସମୟରେ କିଛି ଶିଶୁଙ୍କୁ ଦୁଇ ହଲ ପୋଷାକ  ଦିଆ ଯାଇ ନାହିଁ। ସ୍କୁଲର ଉନ୍ନୟନ ପାଇଁ ସରକାରୀ ଅନୁଦାନରେ ଆସି ଥିବା ୫୦ ହଜାର ଟଙ୍କା ଖର୍ଚ୍ଚ ନ ହୋଇ ପଡିରହିବା। ବିଦ୍ୟାଳୟ ପରିସରରେ ଉଦ୍ୟାନ ସୃଷ୍ଟି ସକାଶେ ଉଦ୍ୟମ କରା ନଯିବା ସହ ବିଦ୍ୟାଳୟକୁ ଆସୁଥିବା ଅନୁଦାନର ଉପଯୁକ୍ତ ଖର୍ଚ୍ଚ ନ ହେଉଥିବାର ଅଭିଯୋଗ ଗ୍ରାମବାସୀ ଆଣିଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ରଥୁ ସାହୁ ଓ ସିଆରସିସି ଅନିୟମିତତାରେ ସମ୍ପୃକ୍ତ ଥିବା ନେଇ ଗ୍ରାମବାସୀ ବ୍ଳକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ରଖି ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବି କରିଥିଲେ। ତେବେ  ଏହାର ତଦନ୍ତ ପରିସରରେ ପ୍ରଧାନ ଶିକ୍ଷକ ଓ ଗ୍ରାମ୍ୟ ଶିକ୍ଷା କମିଟିର କାର୍ଯ୍ୟକୁ ତର୍ଜମା ପରେ ଉଭୟ ସିଆରସିସି ଓ ପ୍ରଧାନଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ପାଇଁ ଯଥା ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏବିଓ ଜୟସେନ ନିଆଲ ସୂଚନା ଦେଇଛନ୍ତି।
Leave A Reply