Odisha news

ଜଙ୍ଗଲଜମିରୁ ଗଛକାଟିନେଉଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଅଟକ

0

ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ଜମ୍ଭୀରାଇ ଗ୍ରାମରେ ଥିବା ଜଙ୍ଗଲ ଜମିରୁ ଗତ କିଛିଦିନ ହେଲା ବେଆଇନ ଭାବେ ଗଛକଟା ଚାଲିଛି । କିଛି ମୁଷ୍ଟିମେୟ ଲୋକଙ୍କୁ ହାତକରି କିଛି କାଠ ମାଫିଆ ଏହି ଗ୍ରାମ୍ୟ ଜଙ୍ଗଲରେଥିବା ବଡ ବଡ ପଟାଶ ଗଛ ସବୁ କାଟି ନିକଟସ୍ଥ କରତକଳରେ ଚିରି ବାହାରକୁ ଚାଲାଣ କରାଯାଉଛି ।

ଏହିଭଳିଭାବେ ମହାବଳା ଗ୍ରାମର କରତକଳ ମାଲିକ ବାବୁଲା ମହାନ୍ତି ଜଙ୍ଗଲ ଜମିରୁ ବଡବଡ ପଟାଶ ଗଛ ସବୁ କାଟି ଏକ ଭୁଟଭୁଟି ରିକ୍ସାରେ ଲଦି ନିଜ କରତକଳକୁ ନେଉଥିବା ସମୟରେ ଚାଉଳତି ନିକଟରେ ଗ୍ରାମର ଶ୍ରୀକୃଷ୍ଣ ପାତ୍ର,ଖକନ ବାଗ,ଜୁଲୁକା ବର,ହରେକୃଷ୍ଣ ଦାସ,କାଲା ବିଶି,ଦୟାନିଧି ମଣ୍ଡଳ ପ୍ରମୁଖ କାଠ ବୋଝେଇ ଭୁଟ୍ଭୁଟ୍ ରିକ୍ସାକୁ ଅଟଳାଇ ଫରେଷ୍ଟ ଅଫିସରଙ୍କୁ ଖବର ଦେଇଥିଲେ । ଖବର ପାଇ ଫରେଷ୍ଟଗାର୍ଡ ଶଶିକଳା  ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି  କାଠ ଗାଡିଟିକୁ ସାଙ୍ଗରେ ଅଫିସକୁ ନେଇଯାଇଥିଲେ ।

ତେବେ ପରେ ପଟାଶ କାଠ ଥିବା କହି କାଠ ରିକ୍ସାଟିକୁ ଛାଡି ଦିଆଯାଇଥିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଲଙ୍ଗଳେଶ୍ୱର ବନ ବିଭାଗ ଅଫିସ ଠାରୁ ପାଞ୍ଚଶହ ମିଟର ଦୂରତା ମଧ୍ୟରେ ଏକାଧିକ ବେଆଇନ କରତକଳ ଚାଲୁଥିବାରୁ ପ୍ରତିଦିନ ଶହ ଶହ ଗଛ ବେଆଇନ ଭାବେ କଟାଯାଉ ଏହି କରତକଳରେ ଚିରି ବାହାରକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛିା ଜଙ୍ଗଲ ବିଭାଗ ଅଫିସ ଆଗ ଦେଇ ଏହିସବୁ କାଠଗାଡି ବେଧଡକ ଯାଆସ କରୁଥିବା ବେଳେ କରତକଳ କିମ୍ବା ଏହି ବେଆଇନ କାଠ ଚାଲାଣ ରୋକିବା ଦିଗରେ ଜଙ୍ଗଲବିଭାଗ ଚୁପ ହୋଇ ବସୁଥିବାରୁ ବନବିଭାଗ କର୍ମଚାରୀଙ୍କର ଏଥିରେ ସଂପୃକ୍ତି ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟିଦେବାକୁ ଦାବି ହୋଇଛି ।

Leave A Reply