Odisha news

ରାତିରେ ଭୁଷୁଡିଲା ମାଟି ଘର : ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ

0

ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ରବିବାର ରାତ୍ରୀରେ ପରିବାର ସଦସ୍ୟ ମାନେ ଶୋଇଥିବା ସମୟରେ ହଠାତ ମାଟି କାନ୍ଥ ଭୁଷୁଡି ପଡିଥିଲା । ତେବେ ଏକ ବଡ ଦୁର୍ଘଟଣାରୁ ଘର ଭିତରେ ଥିବା ୬ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ମିଳିଥିବା ସୂଚନା ମୁତାବକ ବାସୁଦେବପୁର ଗ୍ରାମର ସ୍ୱର୍ଗତଃ ଭାନୁ ଚରଣ ଜେନାଙ୍କ ପତ୍ନୀ ଜୟନ୍ତୀ ଓ  ତାଙ୍କର ଦୁଇପୁଅ, ବୋହୁ,  ନାତି ନାତୁଣ ସହ ତାଙ୍କ ମାଟିଘରେ ଶୋଇଥିଲେ । ତେବେ ହଟାତ ଘରର ଗୋଟିଏ ପାଶ୍ୱର୍ ମାଟି କାନ୍ଥ ଭୁଷୁଡି ପଡିଥିଲା ।ତେବେ ପରିବାର ସଦସ୍ୟମାନେ ଅଳ୍ପକେ ବର୍ତ୍ତିଯାଇଥିଲେ ।

ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ପରିବାର ସଦସ୍ୟଙ୍କୁ ଉଦ୍ଧାର କରିବା ସହ ଆସବାବପତ୍ର ବାହାର କରିଥିଲେ ।ଜୟନ୍ତୀ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply