Odisha news

ବନ୍ଧୁକ ଦେଖାଇ ଟଙ୍କା ଲୁଟ ଘଟଣାରେ ଦୁଇ ଗିରଫ

0

ମହାକାଳପଡା : ମହାକାଳପଡା ଥାନା ଅର୍ନ୍ତଗତ ଓଳିହା ଭାୟା ଜାଲକଣା ମହାକାଳପଡା ଆରଡି ରାସ୍ତାରେ ରାହାଜାନି କରି ଦୃବଋତ୍ତ ଦେଢ ଲକ୍ଷ ଟଙ୍କା ଲୁଟି ନେବା ଘଟଣାରେ ମହାକାଳପଡା ପୋଲିସ ସେହି ଗାଡିର ଡ୍ରାଇଭର ସମେତ ଜଣକୁ ଗିରଫ କରି କୋର୍ଟ ଚାଲଣ କରିଛି । ତେବେ ଏହିମାମଲାରେ ପୋଲିସ ଥାନା କେଶ ନମ୍ବର ୧୦୨/୨୦ଦଫା ୩୯୪ ଆଇପିସି,୨୫ ଆର୍ମସ୍ ଆକ୍ଟରେ ମାମଲା ରଜୁକରି ଅନ୍ୟଦୁଇଜଣଙ୍କୁ ଧରିବା ପାଇଁ ଜାଲ ବିଛାଇଥିବା ମହାକାଳପଡା ଆଇଆଇସି ମନୋରଂଜନ ଚୌଧୂରୀ ସୂଚନା ଦେଇଛନ୍ତି । ତେବେ ଘଟଣାଟି ଗତ ୨୦ତାରିଖ ଦିନ ଅପରାହ୍ନରେ ଘଟିଥଲା ।

ତେବେ ଦୃବୃତ୍ତମାନେ ବନ୍ଧୁକ ଦେଖାଇବା ସହିତ ବନ୍ଧୁକ ପଛପଟରେ ମାଡ ମାରିଥିଲେ । ଘଟଣାରୁ ଜଣାଯାଏ ମହାକାଳପଡା ବ୍ଲକର ଛପାଲି ବଡତୋଟା ଅଂଚଳର ସେକ ଶମ୍ଭୁ ଏକ ଚିଆଁ(କୁକୁଡା ଛୁଆ) ବ୍ୟବସାୟ କରୁଥାନ୍ତି । ଗୋଟିଏ ଟାଟା ଏସିରେ କୁକୁଡା ଛୁଆ ନେଇ ପଟ୍ଟାମୁଣ୍ଡାଇ ଓ ମହାକାଳପଡା ବ୍ଲକର ବିଭିନ୍ନ ଅଂଚଳରେ ବିକ୍ରୟକରି ଫେରିଥାନ୍ତି । ସେହିଦିନ ଏହି ଚିଆଁ ବ୍ୟବସାୟୀ ସେକ ସମ୍ଭୁ ଓ ତାଙ୍କ ଡ୍ରାଇଭର ସେକ ମନିର ସକାଳୁ ଘରୁ ବାହାରୀ ଏକ ଟାଟା ଏସିରେ ଚିଆଁ ନେଇ ପଟ୍ଟାମୁଣ୍ଡାଇ ଓ ମହାକାଳପଡାର ବିଭିନ୍ନ ଅଂଚଳରେ ବ୍ରିକରି ଅପରାହ୍ମ ପ୍ରାୟ ୪ଟା ସମୟରେ ଘରକୁ ଫେରୁଥିବା ବେଳେ ଓଳିହା ଜାଲକଣା ରାସ୍ତାର ସାତଭଉଣୀ ନିକଟରେ ହଠାରୁ ତିନିଜଣ ଯୁବକ ଏକ ବାଇକରେ ଆସି ଟାଟା ଏସିକୁ ଅଟକାଇବା ସହିତ ବନ୍ଧୁକ ଦେଖାଇ ଧମକ ଚମକ କରି ଟଙ୍କା ମାଗିଥିଲେ । ଟଙ୍କା ନଦେବାକୁ ବନ୍ଧୁକ ପଛରେ ଉଭୟଙ୍କୁ ମାଡ ମାରିବା ସହିତ ତାଙ୍କ ନିକଟରେ ଥିବା ଦେଢଲକ୍ଷ ଟଙ୍କା ଲୁଟି ନେଇ ମହାକାଳପଡା ଆଡକୁ ଫେରାର ହୋଇ ଯାଇଥିଲେ ।

ଦୃବୁର୍ତ୍ତଙ୍କ ମାଡରେ ସେକ ସମ୍ଭୁଙ୍କ ମୁଣ୍ଡରେ ଗୁରୁତର ଆହତ ହୋଇଥିଲେ । ତେବେ ଏହି ଘଟଣାରେ ସବିଶେଷ ତଥ୍ୟ ସଂଗ୍ରହ ପରେ ଆଇଆଇସି ଶ୍ରୀ ଚୌଧୂରୀ ଟାଟା ଏସିର ଡ୍ରାଇଭରକୁ ସନେ୍ଦହ ଆଖିରେ ଦେଖିବା ସହିତ ଡ୍ରାଇଭରକୁ ସେକ ମନିରକୁ ଥାନାକୁ ଆଣି ପଚରା ଉଚରା କରିବା ପରେ ମନିର ମାଷ୍ଟର ମାଇଣ୍ଡ ହୋଇଥିବା ବେଳେ ଏହି ଲୁଟ ରଚିବା ପାଇଁ ସେ ଚକ୍ରବ୍ୟୁହ ରଚନା କରିଥିଲେ । କେନ୍ଦ୍ରାପଡାର ଆବୁ ଜାଫର ଖାଁଙ୍କ ସହିତ ଅନ୍ୟ ଦୁଇ ଜଣଙ୍କ ସହିତ ଯୋଜନା ବଦ୍ଧ ଭାବରେ ଲୁଟ କରିଥିଲେ । ଏହି ଘଟଣା ଉପରେ ମହାକାଳପଡା ପୋଲିସ ଏକ ଲକ୍ଷ ଏକ ହଜାର ଟଙ୍କା ସମେତ ଗୋଟିଏ ମୋବାଇଲ ଓ ଓଡି-୨୯ସି-୫୨୧୦ନମ୍ବରର ଏକ ହୋଣ୍ଡା ସାଇନ ଯବତ କରି ଅଭିଯୁକ୍ତ ମନିର ଓ ଜାଫରକୁ ଗିରଫକରି କୋର୍ଟ ଚାଲଣ କରିଥିବା ଆଇଆଇସି ମନୋରଂଜନ ଚୌଧୂରୀ ସୂଚନା ଦେଇଛନ୍ତି ।

Leave A Reply