ଛତ୍ରପୁର ୨୫ା୮: ଛତ୍ରପୁର ବ୍ଲକ ଅଗସ୍ତି ନୂଆଗାଁ ଗ୍ରାମପଂଚାୟତ ଅଧିନ ବ୍ୟାଙ୍କ କଲୋନୀରେ ଥିବା ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ ସହ କେନାଲ ହୁଡ଼ାରେ ସର୍ବସାଧାରଣଙ୍କ ନିମନ୍ତେ ଯାତାୟତ ରାସ୍ତା ନିମନ୍ତେ ବ୍ୟାଙ୍କ କଲୋନୀ ୱେଲଫେୟାର ଆସୋସିଏସନ ପକ୍ଷରୁ ଛତ୍ରପୁର ତହସିଲଦାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ବ୍ୟାଙ୍କ କଲୋନୀ ନିକଟ କେନାଲ ରାସ୍ତା ଉପରେ ସରକାରଙ୍କ ରାଜସ୍ୱ ଫଳକ ଲଗାଯାଇଥିବା ସତ୍ୱେ କିଛି ବ୍ୟକ୍ତିମାନେ ଉକ୍ତ ଜାଗାକୁ ଅକ୍ତିଆର କରିବାକୁ ଲାଗିଛନ୍ତି ।
ତେଣୁ ଉକ୍ତ ଯାଗାକୁ ସେମାନଙ୍କ ନିକଟରୁ ଉଚ୍ଛେଦ କରିବା ସହ ସେଠାରେ ଯାତାୟତ ନିମନ୍ତେ ରାସ୍ତା ନିର୍ମାଣ କରିବାକୁ ଦାବି କରାଯାଇଛି । ଅପରପକ୍ଷରେ ପ୍ରଶାସନ ଅଧିକାରୀମାନେ ଉକ୍ତ ପରିଦର୍ଶନ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । ଫଳରେ ଆଉ ଏକ ନକଲ ଆସୋସିଏସନ ପକ୍ଷରୁ ଛତ୍ରପୁର ବିଡିଓଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନବେଳେ ଆସୋସିଏସନର ସଭାପତି ସୁଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ମଙ୍ଗରାଜ ନାଗ, ସୁରେଶ ସେନାପତି, ଏସ.ଭାସ୍କର, ସରୋଜ କୁମାର ସାମଲ, ଦିଲ୍ଲୀପ କୁମାର ସାମଲ, ସୁମନ୍ତ ପରିଡ଼ା, ନିର୍ମଳ ପାଣିଗ୍ରାହୀ, ଚୈତନ୍ୟ ପ୍ରଧାନ, ସୁବାସ ଚନ୍ଦ୍ର ମିଶ୍ର, ପଂଚାନନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।