କଣିହାଁ,୬/୮ : ଏମସିଏଲ କଣିହାଁ କୋଇଲା ଖଣି କ୍ଷେତ୍ରରେ ବ୍ଲାଷ୍ଟିଂ ଯୋଗୁଁ କଣିହାଁ ଗ୍ରାମର ହରମୋହନ ସାହୁଙ୍କ ଟାଇଲ ଘର ଭାଙ୍ଗିଯାଇଛି । ଘର ଭାଙ୍ଗିଥିବା ନେଇ ହର ମୋହନ ସାହୁ କଣିହାଁ ତହସିଲଦାରଙ୍କ ଉଦେ୍ଦଶ୍ୟରେ ଏକ ଅଭିଯୋଗ ପତ୍ର କଣିହାଁ ଆରଆଇଙ୍କୁ ବୁଧବାର ପ୍ରଦାନ କରିଛନ୍ତି । ବ୍ଲାଷ୍ଟିଂରେ ଘରର ଟାଇଲ ଗଳି ପଡିଥିବା ସହ କାହାର କୌଣସି ଅସୁବିଧା ହୋଇନଥିବା ଜଣାଯାଇଛି ।
ଉକ୍ତ ଯାଗା ଓ ଘର ଏମସିଏଲ ଦ୍ୱାରା ଅଧିଗୃହୀତ ହୋଇଛି । ଯାଗା ବାବଦକୁ ଟଙ୍କା ଡିପୋଜିଟ କରାଯାଇଥିବାବେଳେ ଘର ବାବଦକୁ ଟଙ୍କା ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ । ଘର ଟଙ୍କା ପ୍ରଦାନ ପାଇଁ ହରମୋହନ ଓ ତାଙ୍କର ଭାଇ ଗୌର ଚନ୍ଦ୍ର ସାହୁ କଣିହାଁ ତହସିଲଦାରଙ୍କୁ ପୁର୍ବରୁ ମଧ୍ୟ ଜଣାଇଛନ୍ତି । ଘର ଭାଙ୍ଗିଥିବା ଓ ସୁବିଚାର ପାଇଁ ହରମୋହନ ସାହୁ ଦାବୀ କରିଛନ୍ତି ।