Odisha news

ବ୍ଲକ ଗ୍ରାଟଂ ଅର୍ଥ କେଳେଙ୍କାରୀ : ହରଡଘଣାରେ ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ

0

ଅନୁଗୁଳ: ଶିକ୍ଷା ଏବଂ ଶିକ୍ଷାନୁଷ୍ଠାନରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ନେଉଛନ୍ତି ଅନେକ ପଦକ୍ଷେପ କିନ୍ତୁ ସବୁ ଯୋଜନା କେବଳ ଯୋଜନାରେ ହିଁ ଅଟକି ଯାଉଛି । କେତେବେଳେ ପିଲାଙ୍କ ପଇସା ଚଳୁ କରି ଖାଇ ଦେଉଛନ୍ତି ଶିକ୍ଷକ ପୁଣି ଆଉ କେତେବେଳେ ରାଜନୈତିକ ଆକ୍ରୋଶ ରଖି ଶିକ୍ଷକ ସାଜୁଛି ଶିକ୍ଷକର ବଇରୀ । କେତେବେଳେ ଶହ ଶହ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଅନ୍ଧାକର ଭିତରକୁ ଠେଲି ହୋଇ ଯାଉଛି ତ ଆଉ କେଉଁଠି ଶିକ୍ଷକଟିଏ ନିଜର ହକ ପାଇଁ ମାନସିକ ନିର୍ଯ୍ୟାତନା ମଧ୍ୟରେ ଗତି କରିବାକୁ ପଡୁଛି । ଆମେ କହୁଛୁ ଅନୁଗୁଳ ଜିଲ୍ଲାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର କଥା ।

ଶିକ୍ଷାନୁଷ୍ଠାନ ଚାଲୁଛି ଓଚ୍ଛ କିନ୍ତୁ ପାଦେ ପାଦେ ଏଥି ଦୁର୍ନୀତି ର ଗନ୍ଧ । ଦିନ ଦୁଇପହର ରେ ସରକାରଙ୍କ ଲକ୍ଷ୍ୟାଧିକ ଟଙ୍କା କୁ ହରିଲୁଟ କରିଛନ୍ତି କଲେଜର ପୂର୍ବତନ ଅଧ୍ୟକ୍ଷ ବସନ୍ତ କୁମାର ସାହୁ । ସୂଚନା ଯୋଗ୍ୟ ଯେ କଲେଜରେ ଠିକା କର୍ମଚାରୀ ଭାବରେ ଦୀର୍ଘବର୍ଷ କାମ କରିବା ପରେ ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟି ଫଳରେ ୨୦୦୮ ମସିହାରେ ୨୭ ଜଣ କର୍ମଚାରୀଙ୍କ ଚାକିରୀ ସ୍ଥାୟୀ କରାଗଲା ଏବଂ ବ୍ଲକ ଗ୍ରାଟଂ ଏରିୟର ବାବଦରେ ୨୦୧୧ ରେ ଆସିଥିବା ମୋଟ ୪୭ ଲକ୍ଷ ୫୭ ହଜାର ୭୬୬ ଟଙ୍କା ସମ୍ପୁର୍ଣ୍ଣ ପ୍ରଦାନ କରାଗଲା ।

ଏହାପରେ ପୁନର୍ବାର ୨୦୧୪ ରେ ଆଉ ୩ ଜଣ କର୍ମଚାରୀଙ୍କ ର ସ୍ଥାୟୀତ୍ୱକୁ ନେଇ ମୋହର ଲଗାଇଲେ ସରକାର । କିନ୍ତୁ ପୂର୍ବ କର୍ମଚାରୀଙ୍କ ଭଳି ଏମାନଙ୍କୁ ତତକ୍ଷଣାତ୍ ମିଳିଲାନି ସରକାରଙ୍କ ଠାରୁ ଆସିଥିବା ବ୍ଲକ ଗ୍ରାଟଂ ଅର୍ଥ । ଏହି ୩ ଜଣ ହେଲେ ନବ କିଶୋର ମହାପାତ୍ର, ନିଖିଳ ରଜଂନ ଦାସ, ମନୋଜ ପ୍ରଧାନ । ଅଧ୍ୟାପକ ମହାପାତ୍ରଙ୍କ ନାମରେ ଆସିଲା ୩,୫୮,୬୨୦ ଟଙ୍କା ଏବଂ ନିଖିଳ ଓ ମନୋଜ ଉଭୟଙ୍କର ୩,୪୮,୩୦୦ ଲେଖାଏଁ ଆସିଲା ହେଲେ ବସନ୍ତ ସାହୁ ବେଆଇନ ଭାବେ ମହାପାତ୍ର ଙ୍କ ଆସିଥିବା ଅର୍ଥରୁ ୨,୩୬,୨୭୩ ଟଙ୍କା କାଟିଦେଇ ମାତ୍ର ୨୨,୨୬୭ ଟଙ୍କା ପ୍ରଦାନ କଲେ । ସେମିତି ନିଖିଳ ଓ ମନୋଜ ଙ୍କ ପାଖରୁ ୫୦,୦୯୧ ଟଙ୍କା କାଟି ବାକି ଟଙ୍କା ଦେଇଦେଲେ ଓ ଚୁପ ରହିବାକୁ ଧମକ ମଧ୍ୟ ଦେଲେ । ଦୁଃଖ ଓ ମାନସିକ ନିର୍ଯ୍ୟାତନା ସହିନପାରି ଅଧ୍ୟାପକ ମହାପାତ୍ର ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହୋଇଥିଲେ ।

ମାନ୍ୟବର ଉଚ୍ଚ ନ୍ୟାୟାଳୟ ଶିକ୍ଷା ବିଭାଗକୁ ତା ୨୦/୦୬/୨୦୧୯ ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରକିବା ପାଇଁ ଆଦେଶ ଦେଲେ । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଦୀର୍ଘ ୪ ମାସ ପରେ ନିଦ ଭାଙ୍ଗିଲା ଶିକ୍ଷା ବିଭାଗର । ପତ୍ର ସଂଖ୍ୟା ୪୧୦୪୦ ତା ୨୯/୧୦/୨୦୧୯ ରେ କଲେଜ ଅଧ୍ୟକଙ୍କୁ ୭ ଦିନ ଭିତରେ ବିଧିବଦ୍ଧ ତଦନ୍ତ କରି ରିପୋର୍ଟ ପଠାଇବା ପାଇଁ ନିଦେ୍ର୍ଦଶ ଦେଲେ । ଶିକ୍ଷା ବିଭାଗ କିମ୍ବା କଲେଜ ଅଧ୍ୟକଙ୍କ ଠାରୁ କୋ÷ଣସି ସୁଫଳ ମିଳିନଥିଲା । ସବୁଠୁ ଫେଲ ମାରି ଘୋର ଅବସାଦ ଏବଂ ମାନସିକ ଭାରସାମ୍ୟ ହରାଇବା ପରିସ୍ଥିତି ମଧ୍ୟରେ ସାହାଯ୍ୟର ହାତ ବଢ଼ାଇଥିଲେ ସୂଚନା ଅଧିକାରୀ ଆଇନକୁ ନେଇ ଲଢ଼େଇ କରୁଥିବା ଅଗ୍ରଣୀ ଅନୁଷ୍ଠାନ “ସୂଚନା କ୍ରାନ୍ତି” ସଂଗଠନ ।

ମହାପାତ୍ର ଙ୍କର ସମସ୍ତ ତଥ୍ୟକୁ ଆଧାର କରି ତା ୦୧/୦୬/୨୦୨୦ ରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯାଇଥିଲା । ତଥ୍ୟ ମାଗିବାର ଠିକ୍ ୩ ଦିନ ଭିତରେ ତତ୍ପରତା ଦେଖାଇ କଲେଜ କର୍ତୃପକ୍ଷ ତୁରନ୍ତ ତାଙ୍କ ପାଇବାକୁ ଥିବା ପ୍ରାପ୍ୟ ବାବଦରୁ ୧,୦୦,୦୮୦ ଟଙ୍କା ବ୍ୟାଙ୍କ ଆକାଉଟଂରେ ଜମା କରିଥିଲେ । ଏବେ ଏଠାରେ ପ୍ରଶ୍ନ ଉଠୁଚି ଯେ ସରକାରଙ୍କ ଠାରୁ ଆସିଥିବା ମୂଳ ଅର୍ଥରୁ ମ୍ୟାନେଜମେଟଂ ଦରମା ବାବଦ ରେ କେବଳ ଏହି ୩ ଜଣ କର୍ମଚାରୀଙ୍କ ପ୍ରାପ୍ୟରୁ କଟାଗଲା । କିନ୍ତୁ ପୂର୍ବରୁ ୨୭ ଜଣ କର୍ମଚାରୀଙ୍କ ପ୍ରାପ୍ୟରୁ କଟା ନଗଲା କାହିଁକି? ଭାରତ ର ସମ୍ବିଧାନ ର ଅନୁଚ୍ଛେଦ ୧୪ ଏବଂ ୧୬ରେ ଖୋଲାଖୋଲି ଉଲ୍ଲ୍ଘଂନ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇବା ସହ ଉକ୍ତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ପୂର୍ବତନ ଅଧ୍ୟକ୍ଷ ବସନ୍ତ ସାହୁଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ ଜୋର ଧରିଛି ।

Leave A Reply