ତାଳଚେର: ଅଭିଭାବକ ସଂଘ ଓ ତାଳଚେର ଅଭିଭାବକ ସଂଘ ତାଳଚେରର ସମସ୍ତ ଡିଏଭି ସ୍କୁଲ ବିରୋଧରେ ତାଳଚେର କୋଲିୟରୀ ପୁଲିସ ଷ୍ଟେସନରେ ତାଳଚେର ସ୍ଥିତ ଏନଟିପିସ/ଟିଟିପିଏସ ଅଧ୍ୟକ୍ଷ ଓ ଜିଜିଏମ ଙ୍କ ବିରୋଧରେ ଲିଖିତ ଅଭିଯୋଗ ଦିଆଯାଇଛି । ଏଥି ସହ ଉପ-ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି ।
୨୦୧୫ ମସିହା ଠାରୁ ବାରମ୍ବାର ଏନଟିପିସି କର୍ତୃପକ୍ଷ ଏବଂ ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷଙ୍କୁ ବାରମ୍ବାର ବୈଠକ ହେଲା ପରେ ମଧ୍ୟ ଏହି ଡିଏଭି ସ୍କୁଲ ଗୁଡିକ କୋ÷ଣସି ଆଇନକୁ ମାନୁ ନାହାଁନ୍ତି ଓ ରାଜ୍ୟ ସରକାରଙ୍କ ଏଫଆରସି ନିୟମ ଥିଲା ବେଳେ ଅଭିଭାବକ ମାନଙ୍କ ଠାରୁ ଅହେତୁକ କର ଫିସ ନେଉଛନ୍ତି । ପ୍ରକାଶ ଥାଉକି ଏମସିଏଲ ଏବଂ ଏନଟିପିସି ଡିଏଭି ସ୍କୁଲ ଗୁଡିକ କମ୍ପାନୀ ମାନଙ୍କ ଦ୍ୱାରା ପରିଚାଳିତ ହେଉଅଛି । ସ୍କୁଲ ଗୁଡିକ ପାଇଁ କମ୍ପାନୀ ମାନେ କୋଟି କୋଟି ଟଙ୍କା ଅର୍ଥ ପ୍ରଦାନ କରୁଥିଲେ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କଠାରୁ ଅହେତୁକ କର ଫି ନେବାକୁ ପଛାଉ ନାହାଁନ୍ତି ।
କୋଭିଡ୍-୧୯ ର ନିୟମ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଫିସ୍ ନିମନ୍ତେ ବିଭିନ୍ନ ପ୍ରକାର ମାନସିକ ଯନ୍ତ୍ରଣା ଦିଆଯାଉଛି । ଗତ କାଲି ତା ୪/୮/୨୦ ରିଖ ଦିନ ପ୍ରାୟ ରାତ୍ର ୮ ଘଟିକା ୩୦ ମିନିଟ୍ ସମୟରେ ହ୍ୱାର୍ଟସ ଆପ ମାଧ୍ୟମରେ ଶିକ୍ଷକ ମାନଙ୍କ ଦ୍ୱାରା କିଛି ଦିନ ତଳେ ହୋଇଯାଇଥିବା ପରୀକ୍ଷା ଫଳ ପ୍ରକାଶ କରାଯାଇ ନାହିଁ । ଅଭିଭାବକ ମାନେ ପଚାରିବାରୁ ତୁମେ ଯାଇ ଯେଉଁ ଠାରେ କେସ୍ କରିବା କଥା କର ଯଦି ଫିସ ନ ଦେବ ତୁମ ପିଲାଙ୍କର ଟି,ସି ନେଇ ଯାଅ ବୋଲି ଧମକ ଦିଆଯାଉଛି । ଦଶମ ପରୀକ୍ଷାରେ ପ୍ରଥମରୁ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଡମିଶନ ନ ଦେଇ ସ୍କୁଲରୁ ବାହାର କରି ଦିଆଯାଉଛି । ବାହାର ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ଆଡମିଶନ ଦିଆଯାଉଛି ।
ଯେଉଁ ଠାରେ କି ରାଜ୍ୟ ସରକାରଙ୍କ କୋଭିଡ୍-୧୯ପାଇଁ କୋ÷ଣସି ସ୍କୁଲରୁ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାରୁ ବାଦ ବାଦ ଦିଆଯିବ ନାହିଁ ବୋଲି ନିଦେ୍ର୍ଦଶ ଥିଲା ପରେ ମଧ୍ୟ ସେହି ଛାତ୍ର ଛାତ୍ରୀ ମାନଙ୍କୁ ଆଡମିଶନ ଦିଆ ଯାଇ ନାହିଁ । ଜିଲ୍ଲା ଅଭିଭାବକ ସଂଘ ଦ୍ୱାରା ଉପ-ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି । ଯଦି ୭ ଦିନ ଭିତରେ ଏହାର ସମାଧାନ ନ ହୁଏ ତାହା ହେଲେ ଜିଲ୍ଲା ଅଭିଭାବକ ସଂଘ ଓ ତାଳଚେର ଅଭିଭାବକ ସଂଘ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିବାକୁ ବାଧ୍ୟ ହେବେ ବୋଲି ସଂଘର ଯୁଗ୍ମ ସମ୍ପାଦକ ସଂଜିବ କୁମାର ପଟ୍ଟନାୟକ କହିଛନ୍ତି ।
ଏଥି ସହ ଛାତ୍ର ଛାତ୍ରୀ ମାନଙ୍କୁ ଫିସ୍ ପାଇଁ ଦିଆଯାଇଥିବା ଯନ୍ତ୍ରଣା ଯୋଗୁଁ ଯଦି ଛାତ୍ର ଛାତ୍ରୀ ମାନେ କୋ÷ଣସି ଅଘଟଣ ଘଟାନ୍ତି ସେଥି ପାଇଁ ଡିଏଭି ଅଧ୍ୟକ୍ଷ ଏନଟିପିସି କର୍ତୃପକ୍ଷ ଦାୟୀ ରହିବେ ବୋଲି ସଂଘ କହିଛି । ଏଥିରେ କ୍ଷୀରୋଦ ପଟ୍ଟନାୟକ, କନଭେନର ଯୁଗ୍ମ ସମ୍ପାଦକ ସଂଜିବ କୁମାର ପଟ୍ଟନାୟକ, ସୁଭ୍ରାଶୁ ଶେଖର ପ୍ରଧାନ କୋ-କନଭେନର, ତାଳଚେର ଅଭିଭାବକ ସଂଘର ସମ୍ପାଦକ ବିଶ୍ମୟ କୁମାର ଦାସ, କିଶୋର ଚନ୍ଦ୍ର ଖୁଟିଂଆ, ଅଜୟ କୁମାର ନାଏକ, ମାନସ ରଜଂନ ବେହେରା, ଶରତ ଚନ୍ଦ୍ର ଦାସ, ଗିରିଧାରୀ ସାହୁ ଉପସ୍ଥିତ ରହିଥିଲେ ।