ଆର,ଉଉଦୟଗିରି : ଆର,ଉଦୟଗିରି ଓ ମୋହନା ବ୍ଲକରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ଶନିବାର ଆର,ଉଦୟଗିରି ବ୍ଲକର ୮ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରବିବାର ୧୭ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଶନିବାର ମୋହନା ବ୍ଲକରୁ ୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରବିବାର ୧୧ ଜଣ ସଂକ୍ରମିତ ହୋଇଛନ୍ତି।
ଶନିବାର ଚିହ୍ନଟଙ୍କ ମଧ୍ୟରୁ ଚନ୍ଦ୍ରଗିରି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ କରୋନା ଯୋଦ୍ଧା ଏବଂ ଓ ଅଡବା ସ୍ବାସ୍ଥ୍ୟଉପକେନ୍ଦ୍ରରୁ ଜଣେ କରୋନା ଯୋଦ୍ଧା ଏବଂ ତାଙ୍କ ପରିବାରରୁ ୨ଜଣ , ଲୁହାଗୁଡି ଦଳିତ ସାହିରୁ ୫ଜଣ ଏପରି ୯ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
ଆର,ଉଦୟଗିରି ଓ ମୋହନା ବ୍ଲକରେ ଲକ୍ଡାଉନ ଓ ସଟ୍ଡାଉନ କ୍ରମାଗତ ଭାବେ ଚାଲୁ ରହିଥିବା ବେଳେ ବେଳେ ତଥାପି କିଛି ଅସାଧୁ ଦୋକାନୀ ଓ ଅଞ୍ଚଳବାସୀ ସାମାଜିକ ଦୂରତା ବଜାଇ ନ ରଖି ଗହଳି ମଧ୍ୟରେ ସାମଗ୍ରୀ କାରବାର କରୁଥିବାବେଳେ ମାସ୍କ ନ ମଧ୍ୟ ମୁହଁରେ ନ ଘୋଡାଇ ଥୋଡିରେ ଓହଳି ଥିବା ଦେଖିବାକୁ ମିଳୁଛି । ପ୍ରଶାସନ ଅମାନିଆଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ହେଉଛି । ଆର,ଉଦୟଗିରି ବ୍ଲକ ଅଞ୍ଚଳରେ ପୁଲିସ ପେଟ୍ରୋଲିଙ୍ଗ୍ କିଛି ଦିନ ବନ୍ଧ ହୋଇଯାଇଛି । ଏଥିପ୍ରତି ଜିଲ୍ଲା ଏସପି ଧନ୍ୟଦେଇ ପୂର୍ନବାର ପୁଲିସ ତରଫରୁ ପେଟ୍ରୋଲିଙ୍ଗ୍ କରିବା ସହ ଅମାନିଆ ମାନଙ୍କୁ ସାବାଡ କରିବାକୁ ଦାବି ହେଉଛି ।
