Odisha news

କୋଭିଡ଼ି ନିୟମକୁ ଉଲ୍ଲଙ୍ଘ,୧୫ଗାଡି ଜବତ କଲା କୋଣାର୍କ ପୋଲିସ।

0
କୋଣାର୍କ:ସରକାରଙ୍କ ଦ୍ଵାରା କରୋନା ମହାମାରୀ ପାଇଁ କୋଭିଡ଼ି ନିୟମକୁ ପାଳନ ପାଇଁ କଡାକଡି ନିର୍ଦ୍ଧେଶ ନାମା ଜାରିକରାଯାଇଛି।ଏବଂ ଏକ ସ୍ଥାନରେ ଗହଳି ନହେବାପାଇଁ ପ୍ରଶାସନ ତରଫରୁ ତାଗିତି କରାଯାଉଛି ।କିନ୍ତୁ କିଛି ଅମାନିଆ ଏହାକୁ ତିଳେମାତ୍ର ଖାତିର କରୁନଥିବାର ପରିଲକ୍ଷିତ ହେଉଛି।
ଯେଉଁଥିପାଇଁ କୋଣାର୍କ ପୋଲିସ ପକ୍ଷରୁ ଚଢାଉ କରାଯାଇ ୧୫ଟିଗାଡି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।ଘଟଣାରୁ ଜଣାପଡେ ଗତ କାଲି ଠାରୁ କୋଣାର୍କ ଡାକ୍ତର ଖାନା ପଛପାଖରେ ଥିବା ଶାମୁକା ପୋଖରୀ ପଡ଼ିଆରେ ଏକ ତ୍ରିଦିବସୀୟ ୧୨ ଓଭରିଆ କ୍ରିକେଟ ମ୍ୟାଚ କୋଣାର୍କ,ରାଉଳପାଟଣା, ତିରୁଣା, ଜଗନ୍ନାଥପୁର, ସମା ଓ ଗୋପ ଅଂଚଳ କ୍ରିକେଟ ଖେଳାଳୀ ମାନଙ୍କୁ ନେଇ  ବିନା ମାସ୍କ ସହ କୋଭିଡ଼ି ନିୟମକୁ ନମାନି ଅନୁଷ୍ଠିତ ହେଉଥିବାର  ଖବର ପାଇ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ପୁରା ପୋଲିସ ଟିମ ସହ ଘଟଣା ସ୍ଥଳରେ ପହଁଚି ମ୍ୟାଚ ବନ୍ଦ କରିବା ସହ ୧୫ଟିଗାଡିକୁ ଥାନାକୁ ନେଇଥିବା ଜଣାପଡିଛି।
ତତ୍ ସହିତ ଖେଳରେବ୍ବ୍ୟବହାର ହେଉଥିବାସମସ୍ତ  ସାମଗ୍ରୀକୁ ପୋଲିସ ଜବତ କରିଛି ଏବଂ ସେମାନଙ୍କ ଠାରୁ କୋଭିଡି ନିୟମ  ଉଲ୍ଲଂଘନ କରିବା ବାବଦରେ ଜୋରିମାନା ଆଦାୟ ହେବ ବୋଲି ଥାନାଧିକାରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।
Leave A Reply