Odisha news

ଆଜିଠାରୁ ୬ ଦିନ ପର୍ଯ୍ୟନ୍ତ ପୋଲସରା ସଟଡାଉନ୍ , ଗଞ୍ଜାମ ଜିଲ୍ଲାପାଳ ଜାରି କଲେ ନିର୍ଦ୍ଦେଶ

0

ପୋଲସରା : ପୋଲସରା ସହର କୁ ଆଜିଠାରୁ ୬ ଦିନ ପର୍ଯ୍ୟନ୍ତ ସଟଡାଉନ୍ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ସୋମବାର ଦିନ ଏ ସମ୍ପର୍କରେ ନିର୍ଦ୍ଦେଶ ଜାରି କରିଛନ୍ତି। ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଜାରି କରିଥିବା ତାଙ୍କର କାର୍ଯ୍ୟାଳୟ ନିର୍ଦ୍ଦେଶ ସଂଖ୍ୟା ୪୫୬୭ ଅନୁଯାୟୀ ଆଜିଠାରୁ ଚଳିତ ମାସ ୧୨ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ପୋଲସରା ସହର ସମ୍ପୂର୍ଣ୍ଣ ଭାବେ ସଟଡାଉନ୍ ରହିବ।

ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସେବା ବିଶେଷ କରି ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ସମ୍ବନ୍ଧୀୟ କାର୍ଯ୍ୟାଳୟ , ପାନୀୟ ତଳ ଯୋଗାଣ , ବିଦ୍ୟୁତ ଯୋଗାଣ , ଅଗ୍ନିଶମ , ଥାନା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟାଳୟ , ପ୍ରତିଷ୍ଠାନ ଓ ବାଣିଜ୍ୟ କେନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ। ଏଥିପାଇଁ ସହର ବାହାରୁ ଆସୁଥିବା ଯାନବାହନ ପ୍ରଭୃତି କୁ ରୋକିବା ପାଇଁ ସହର ର ପ୍ରବେଶ ପଥ କୋଙ୍କରଡା ଛକ , ବେଲଗାଁ ଛକ ଏବଂ ଲଙ୍ଗଳେଶ୍ୱର ମନ୍ଦିର ନିକଟରେ ରାସ୍ତା ସିଲ କରି ଦିଆଯାଇଛି।

ଗତ ୩ ତାରିଖ ଠାରୁ କ୍ରମାଗତ ଭାବେ ପୋଲସରା ସହିତ ରେ କରୋନା ପୋଜିଟିଭ୍ ସଂଖ୍ୟା ବଢିବା ଦ୍ୱାରା ଏହା ଗୋଷ୍ଠୀ ସଂକ୍ରମଣ ର ରୁପ ନେଇପାରେ ବୋଲି ଆଶଙ୍କା କରି ପୋଲସରା ତହସିଲଦାର ଏବଂ ନିର୍ବାହୀ ଅଧିକାରୀ ଗଞ୍ଜାମ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଣୁ ଗଞ୍ଜାମ ଜିଲ୍ଲାପାଳ ଏହି ପରି ନିଷ୍ପତ୍ତି ନେଇଥିବା ଜଣାପଡିଛି।

Govt
Leave A Reply