Odisha news

ସମଗ୍ର ଦେଶରେ ୭୪୨୮୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ,୨୪୩୮୬ ଜଣ ସୁସ୍ଥ ,୨୪୧୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ

0

ନୂଆଦିଲ୍ଲୀ: ମେ ୧୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୭୪୨୮୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୪୩୮୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ସୁସ୍ଥତା ହାର ୩୨. ୨%। ବାକି ୨୪୧୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୪୬ ଜଣ, ଆସାମରେ ୨ ଜଣ, ବିହାରରେ ୬ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୮୬ ଜଣ, ଗୁଜରାଟରେ ୫୩୭ ଜଣ, ହରିୟାଣାରେ ୧୧ ଜଣ, ହିମାଚଳ ପ୍ରଦେଶରେ ୨ ଜଣ, ଜମ୍ମୁ ଓ କଶ୍ମୀରରେ ୧୦ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୧ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୨୫ ଜଣ, ମହାରାଷ୍ଟ୍ରରେ ୯୨୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୩ ଜଣ, ପୁଦ୍ଦୁଚେରୀରେ ୧ଜଣ ପଞ୍ଜାବରେ ୩୨ ଜଣ, ରାଜସ୍ଥାନରେ ୧୧୭ ଜଣ, ତାମିଲନାଡୁରେ ୬୧ ଜଣ, ତେଲେଙ୍ଗାନାରେ ୩୨ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୮୨ ଜଣ ଏବଂ ପଶ୍ଚମବଙ୍ଗରେ ୧୯୮ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୦୯୦), ଅରୁଣାଚଳ ପ୍ରଦେଶ (୧), ଆସାମ (୬୫), ବିହାର (୮୩୧), ଚଣ୍ଡିଗଡ଼ (୧୮୭), ଛତିଶଗଡ଼ (୫୯), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୭୬୩୯), ଗୋଆ (୭), ଗୁଜରାଟ (୮୯୦୩), ହରିୟାଣା (୭୮୦), ହିମାଚଳ ପ୍ରଦେଶ (୬୫), ଜମ୍ମୁ ଓ କଶ୍ମୀର (୯୩୪), ଝାଡ଼ଖଣ୍ଡ (୧୭୨) କର୍ଣ୍ଣାଟକ (୯୨୫), କେରଳ (୫୨୪), ଲଦାଖ (୪୨), ମଧ୍ୟପ୍ରଦେଶ (୩୯୮୬), ମହାରାଷ୍ଟ୍ର (୨୪୪୨୭), ମଣିପୁର (୨), ମେଘାଳୟ (୧୩), ମିଜୋରାମ (୧), ଓଡ଼ିଶା (୪୩୭), ପୁଦ୍ଦୁଚେରୀ (୧୩), ପଞ୍ଜାବ (୧୯୧୪), ରାଜସ୍ଥାନ (୪୧୨୬), ତାମିଲନାଡୁ (୮୭୧୮), ତେଲେଙ୍ଗାନା (୧୩୨୬), ତ୍ରିପୁରା (୧୫୪), ଉତ୍ତରାଖଣ୍ଡ (୬୯), ଉତ୍ତରପ୍ରଦେଶ (୩୬୬୪) ଓ ପଶ୍ଚିମବଙ୍ଗ (୨୧୭୩) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୦୫୬), ଅରୁଣାଚଳ ପ୍ରଦେଶ (୧), ଆସାମ (୩୯), ବିହାର (୩୮୩), ଚଣ୍ଡିଗଡ଼ (୨୮), ଛତିଶଗଡ଼ (୫୪), ଦିଲ୍ଲୀ (୨୫୧୨), ଗୋଆ (୭), ଗୁଜରାଟ (୩୨୪୬), ହରିୟାଣା (୩୪୨), ହିମାଚଳ ପ୍ରଦେଶ (୩୯), ଜମ୍ମୁ ଓ କଶ୍ମୀର (୪୫୫), ଝାଡ଼ଖଣ୍ଡ (୭୯), କର୍ଣ୍ଣାଟକ (୪୩୩), କେରଳ (୪୮୯୯), ଲଦାଖ (୨୧), ମଧ୍ୟପ୍ରଦେଶ (୧୮୬୦), ମହାରାଷ୍ଟ୍ର (୫୧୨୫), ମଣିପୁର (୨), ମେଘାଳୟ ୧୦, ମିଜୋରାମ (୧) ଓଡ଼ିଶା (୧୧୬), ପୁଦ୍ଦୁଚେରୀ (୯), ପଞ୍ଜାବ (୧୭୧), ରାଜସ୍ଥାନ (୨୩୭୮), ତାମିଲନାଡୁ (୨୧୩୪), ତେଲେଙ୍ଗାନା (୮୩୦), ତ୍ରିପୁରା (୨), ଉତ୍ତରାଖଣ୍ଡ (୪୬), ଉତ୍ତରପ୍ରଦେଶ (୧୮୭୩) ଓ ପଶ୍ଚିମବଙ୍ଗ (୬୧୨) ।

 

Nalco
Leave A Reply