Odisha news

ସନି ଲିଓନିଙ୍କ ଦିନ ଲକଡାଉନରେ ୩ ସନ୍ତାନଙ୍କ ସହ ବିତୁଛି

0

ସନି ଲିଓନି ଲକଡାଉନ୍‌ରେ ନିଜ ଘରେ ଦୁଇ ପୁଅ ଓ ଗୋଟେ ଝିଅ ସହ ଜୀବନ ଅତିବାହିତ କରୁଛନ୍ତି। ତାଙ୍କ ସ୍ବାମୀ ଡାନିଏଲ୍‌ ୱେବର ଓ ତାଙ୍କ ଜଣେ ସମ୍ପର୍କୀୟଙ୍କ ଜରିଆରେ ସେ ନିଜ ପିଲାମାନଙ୍କର ଯତ୍ନ ନେଉଛନ୍ତି। ୩ଜଣ ୩ସନ୍ତାନଙ୍କ ଦାୟିତ୍ବ ମଧ୍ୟ ବାଣ୍ଟି ନେଇଛନ୍ତି। ସେ ପିଲାମାନଙ୍କର ଏକ ରୁଟିନ୍‌ ପ୍ରସ୍ତୁତ କରିଛନ୍ତି। ଝିଅ ନିଶା ଅନ୍‌ଲାଇନ୍‌ ଜରିଆରେ ତାଙ୍କର ସ୍କୁଲ୍‌ ପାଠ ପଢ଼ୁଛନ୍ତି। ଏଥିସହ ସେ ପେଣ୍ଟିଂ ଓ କିଛି କଳା ସ୍ଥାପତ୍ୟ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଏଥିସହ ସମସ୍ତେ ଜୁମ୍ବା ବ୍ୟାୟାମ ମଧ୍ୟ ଶରୀର ପାଇଁ କରୁଛନ୍ତି। ଲକ୍‌ଡାଉନ୍‌ ସମୟରେ ସେ ନିଜ ପିଲାମାନଙ୍କୁ ପଢ଼ାଉ ଥିବାରୁ ନିଜ ଭିତରେ ଥିବା ଶିକ୍ଷୟିତ୍ରୀ ପଣିଆକୁ ସମ୍ମାନ ଦେଉଛନ୍ତି। ଧୈର୍ଯ୍ୟର ସହ ସେ ସମସ୍ତ କାମ କରୁଥିବା କହିଛନ୍ତି। କେବଳ ପାଠପଢ଼ା ଓ ଯତ୍ନ ନୁହେଁ, ନିଜର ଫିଟ୍‌ନେସକୁ ମଧ୍ୟ ଗୁରୁତ୍ବ ଦେବାକୁ ସନି ଭୁଲୁ ନାହାନ୍ତି।

Govt
Leave A Reply