ବାଙ୍କୀ: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାର ୨ୟ ପର୍ଯ୍ୟାୟ ଲକଡ଼ାଉନ ଘୋଷଣା କରିଛନ୍ତି । ଆଗାମୀ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଥିବାରୁ ପଞ୍ଚାୟତ ପକ୍ଷରୁ ଗରିବ ଅସହାୟଙ୍କ ସମେତ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ମାସ୍କ ଓ ହାତ ଧୋଇବା ପାଇଁ ସାବୁନ ବଣ୍ଟନ କରାଯାଇଛି । କଟକ ଜିଲ୍ଲା ବାଙ୍କୀ ବ୍ଲକର ଜଗନ୍ନାଥପୁର ପଞ୍ଚାୟତର ସରପଞ୍ଚ ସଜିତା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଣ୍ଟନ କରାଯାଇଛି । ଜଗନ୍ନାଥପୁର ପଞ୍ଚାୟତର ଜଗନ୍ନାଥପୁର, ଖଏରପଙ୍ଗା, ପୁରୁଣାପାଣି, ବଘେଇ, ଖଳିପଲ୍ଲୀ, ନଣ୍ଡାହତାପଲ୍ଲୀ ଗ୍ରାମରେ ୱାର୍ଡ଼ସଭ୍ୟମମାନଙ୍କ ମାଧ୍ୟମରେ ଅନେକ ୱାର୍ଡ଼ରେ ବଣ୍ଟନ କରାଯାଇଛି । ସରପଞ୍ଚଙ୍କ ପ୍ରତିନିଧି ପ୍ରଭୁପ୍ରସାଦ ବେହେରା, ପୂର୍ବତନ ସରପଞ୍ଚ କୈଳାସ ଚନ୍ଦ୍ର ସାହୁ, ପୂର୍ବତନ ସମିତିସଭ୍ୟ ରମେଶ କୁମାର ପରିଡ଼ା, ନାଏବ ସରପଞ୍ଚ ତାରେଶ୍ୱର ପଣ୍ଡା, ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ବେହେରା, ରମେଶ ସାହୁ ପ୍ରମୁଖ ଘରକୁ ଘର ଯାଇ ସଚେତନତାର କାର୍ଯ୍ୟକ୍ରମ କରିଥିଲେ । ବହୁ ହିତାଧିକାରୀ ସାବୁନ ଓ ମାସ୍କ ପାଇ ଆନନ୍ଦିତ ହେବା ସହ ସରପଞ୍ଚଙ୍କୁ ସାଧୁବାଦ ଜଣାଇଥିଲେ ।
