Odisha news

ପ୍ରଶାନ୍ତ କିଶୋରଙ୍କ ଅଡ଼ୁଆ ବଢ଼ିଲା, ମାର୍ଚ୍ଚ ୧୨ ତାରିଖରେ ଆଗୁଆ ଜାମିନ୍ ଆବେଦନର ଶୁଣାଣି

0

ପାଟନା: ପ୍ରଶାନ୍ତ କିଶୋରଙ୍କୁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡି(ୟୁ) ମୁଖ୍ୟ ନିତିଶ କୁମାର ଦଳରୁ ବହିଷ୍କାର କରିବା ପରେ ଏବେ ପୁଣି ଅଡ଼ୁଆରେ ପ୍ରଶାନ୍ତ କିଶୋର । ତଥ୍ୟ ଚୋରି ଏବଂ ନକଲ କରିବା ଅଭିଯୋଗରେ ତାଙ୍କ ନାମରେ ଯେଉଁ ମାମଲା ରୁଜୁ ହୋଇଛି ସେହି ମାମଲାରେ ଆଗୁଆ ଜାମିନ୍‌ ଦେବାକୁ ମନା କରିଦେଇଛନ୍ତି ନ୍ୟାୟାଳୟ।

ନ୍ୟାୟାଳୟ ତଥ୍ୟ ଚୋରି ଏବଂ ନକଲ କରିବା ମାମଲାରେ ପ୍ରଶାନ୍ତଙ୍କ ଜାମିନ ଆବେଦନକୁ ଶନିବାର ଖାରଜ କରିଛନ୍ତି । ପ୍ରଶାନ୍ତ କିଶୋରଙ୍କ ଆଗୁଆ ଜାମିନ୍ ଆବେଦନର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୨ ତାରିଖରେ କରାଯିବ ବୋଲି ଜଣାଯାଇଛି। ଗତ ନଭେମ୍ବର ୧୨ ତାରିଖରେ ପ୍ରଶାନ୍ତ ଅଦାଲତରେ ଜାମିନ ଆବେଦନ କରିଥିଲେ ।
ସୂଚନାଯୋଗ୍ୟ, କଂଗ୍ରେସ ନେତା ଶାଶ୍ୱତ ଗୌତମ ପ୍ରଶାନ୍ତ କିଶୋରଙ୍କ ଉପରେ କଣ୍ଟେଣ୍ଟ ଚୋରି ନେଇ ମାମଲା ଦାୟର କରିଛନ୍ତି । ଏହି ମାମଲା ଦାୟର ପରେ ପ୍ରଶାନ୍ତ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ଅଭିଯୋଗ ପତ୍ରରେ ପ୍ରଶାନ୍ତଙ୍କ ଉପରେ ବାତ୍‌ ବିହାର କି କଣ୍ଟେଣ୍ଟ ଚୋରିର ଉଲ୍ଲେଖ ରହିଛି । ଶାଶ୍ୱତ କହିଛନ୍ତି ଯେ, ଏହି ଅଭିଯାନକୁ ସେ ପ୍ରସ୍ତୁତ କରିଥିଲେ। ମାତ୍ର ପ୍ରଶାନ୍ତ ଏହାକୁ ଚୋରାଇ ନେଇଛନ୍ତି ।

Image result for shashwat gautam
image source-youtube

ଶାଶ୍ୱତ ଗୌତମଙ୍କ ଅନୁସାରେ ବିହାରରେ ବିହାର କି ବାତ୍‌ ନାମକ ସେ ଏକ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଥିଲେ । ହେଲେ ଏହା ପୂର୍ବରୁ ତାଙ୍କର ଜଣେ କର୍ମଚାରୀ ଓସାମା ଟିମ୍‌ ସହ ସମ୍ପର୍କ ଚ୍ଛିନ୍ନ କରି ଏହି କଣ୍ଟେଣ୍ଟକୁ ପ୍ରଶାନ୍ତ କିଶୋରଙ୍କୁ ଦେଇଥିଲେ । ପରେ ପ୍ରଶାନ୍ତ କିଶୋର ଯୁବକଙ୍କୁ ରାଜନୀତି ସହ ଯୋଡ଼ିବା ପାଇଁ ମୋ’ ତଥ୍ୟ ଭଳି ବିହାର କି ବାତ୍‌ ନାମକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏନେଇ ଶାଶ୍ୱତ ପାଟନାର ପାଟଳିପୁତ୍ର ଥାନାରେ ଏଫ୍‌ଆଇଆର୍‌ ଦାୟର କରିଛନ୍ତି ।

Govt
Leave A Reply