Odisha news

ପତ୍ନୀ କୁ ବାରମ୍ବାର ନିର୍ଯାତନା ଦେଇ ସ୍ଵାମୀ ଗିରଫ 

0
ବାଲିଗୁଡା, ତା ୧୮/୦୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ଥାନା ଅନ୍ତର୍ଗତ ସାଇନ୍ ପଡା ପଞ୍ଚାୟତରେ ଏକ ଅଭାବନୀୟ ଘଟଣାରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାରୁ ଜଣା ପଡିଛି ଉକ୍ତ ପଞ୍ଚାୟତର ପାଦେରିପଡା ଗ୍ରାମର ଗୋପିନାଥ ବିନ୍ଧାଣୀ (୩୬) ନିଜ ପତ୍ନୀକୁ ବାରମ୍ବାର ଝଗଡ଼ା ଲାଗି ମାରପିଟ କରୁଥିବା ସହିତ ଆଶ୍ରବ୍ୟ ଭାଷାରେ ଗାଳି ଗୁଲଜ,ଘରର ଆସବାବପତ୍ର ନଷ୍ଟ ଓ ଜୀବନରେ ମାରିଦେବାକୁ ଧମକ ଦେବାରୁ ସ୍ତ୍ରୀ ଅସହ୍ୟ ହୋଇ ଦୁଇଟି ସନ୍ତାନକୁ ଧରି ଥାନାର ଦ୍ବାରସ୍ତ ହୋଇଥିଲେ। ନୂତନ ଥାନା ଅଧୂକାରୀ କେଳୁ ଚରଣ ଜେନା ଅଭିଯୁକ୍ତର ପୂର୍ବ ଇତିହାସ ଦେଖି  ସୁଯୋଗର ଅପବ୍ୟବହାର କରି ଚରିତ୍ରରେ ପରିବର୍ତ୍ତନ ହୋଇ ନ ଥିବାରୁ ସଙ୍ଗେସଙ୍ଗେ ଗୋପିନାଥକୁ ଗିରଫ କରିଥିଲେ। ଏନେଇ  କ.ନୂଆଗାଁ ଥାନା କେସ ନଂ ୯୨/୨୬ ୯୯୪(୧), ୯୦୯, ୧୧୪(୧), ୩୫୧ (୨) ବିଏନଏସ ମାମଲା ରୁଜୁ କରି  ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଥାନା ଅଧୂକାରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି।
IEC 2 years
Leave A Reply