Odisha news

ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

0

ଭୁବନେଶ୍ୱର: କୃଷିଭିତ୍ତିକ ଗଣପର୍ବ ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି କହିଛନ୍ତି, କୃଷିଭିତ୍ତିକ ଗଣପର୍ବ ରଜ ହେଉଛି ଓଡ଼ିଶାର ସଂସ୍କୃତି, ପ୍ରକୃତି, ପ୍ରଗତି ଏବଂ ପରମ୍ପରାର ମହାନ ପର୍ବ । ପରିବେଶ ସୁରକ୍ଷାର ବାର୍ତ୍ତା ଏହି ପର୍ବରେ ନିହିତ । ମା’ ମାଟିର ମହନୀୟତାକୁ ପ୍ରତିପାଦିତ କରିବା ସହ ଭାଇଚାରା,ମୈତ୍ରୀ ଓ ସଦ୍ଭାବନାକୁ ସୁଦୃଢ଼ କରେ ଏହି ପର୍ବ । ହର୍ଷୋଲ୍ଲାସର ପର୍ବ ରଜ ଅବସରରେ ଓଡ଼ିଶାର ଭାଇଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

ଏଣେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‌କହିଛନ୍ତି, ପ୍ରିୟ ଓଡ଼ିଶାବାସୀ, ଭାଇ ଓ ଭଉଣୀମାନେ, ଓଡ଼ିଆ ଅସ୍ମିତାର ଜୀବନ୍ତ ପରମ୍ପରା, ମୃତ୍ତିକା ଓ ମାତୃଶକ୍ତିର ଅନନ୍ୟ ମହାମିଳନର ମହାଗଣପର୍ବ ‘ରଜ’ ଅବସରରେ ଆପଣ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା।

ରଜ କେବଳ ପରିବର୍ତ୍ତିତ ଋତୁଚକ୍ରର ଆବାହନୀ ନୁହେଁ; ଏହା ଆମ ସନାତନ ଚେତନାର ଏକ ମହାନ ସାଂସ୍କୃତିକ ସଂସ୍କାର, ପ୍ରକୃତି ପ୍ରତି କୃତଜ୍ଞତା ଓ ନାରୀତ୍ୱ ପ୍ରତି ଗଭୀର ସମ୍ମାନର ଅନନ୍ୟ ଅଭିବ୍ୟକ୍ତି। ଏହି ପରମ୍ପରା ନାରୀତ୍ୱର ପବିତ୍ରତା, ସୃଜନର ସାମର୍ଥ୍ୟ ଏବଂ ମାତୃତ୍ୱର ଗରିମାକୁ ସର୍ବୋଚ୍ଚ ଆସନ ପ୍ରଦାନ କରି ଓଡ଼ିଆ ଜାତିର ସ୍ୱାଭିମାନକୁ ଏକ ସ୍ୱତନ୍ତ୍ର ଉଚ୍ଚତାରେ ପ୍ରତିଷ୍ଠିତ କରିଛି।

IEC 2 years
Leave A Reply