Odisha news

ରଜ ପାଇଁ ଟ୍ରେଣ୍ଡ୍‌ସର ରଜ ଫ୍ୟାଶନ୍ ଆଇକନ୍ ଘୋ‌ଷଣା

୩୪୯୯ ଟଙ୍କାର ଶପିଂ କରନ୍ତୁ ଏବଂ ୨୪୯ ଟଙ୍କାରେ ଆକର୍ଷଣୀୟ ଉପହାର ପାଆନ୍ତୁ ଟ୍ରେଣ୍ଡ୍‌ସ ରଜ ଫ୍ୟାଶନ୍ ଆଇକନ୍ ପ୍ରତିଯୋଗିତାରେ ଭାଗ ନେବା ଏବଂ ଆକର୍ଷଣୀୟ ପୁରସ୍କାର ଜିତିବା ସୁଯୋଗ ପାଆନ୍ତୁ

0

ଭୁବନେଶ୍ୱର: ପର୍ବପର୍ବାଣିରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ଲାଗି ଭାରତର ସର୍ବବୃହତ୍ ଓ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲର ପୋଷାକ ଓ ଆସେସୋରିଜ୍ ସ୍ପେସାଲିଟି ଚେନ୍ ଟ୍ରେଣ୍ଡ୍‌ସ ପକ୍ଷରୁ “ଟ୍ରେଣ୍ଡ୍‌ସ ରଜ ଫ୍ୟାଶନ୍ ଆଇକନ୍” ନାମରେ ଏକ ରଜ ଅଭିଯାନ ଘୋଷଣା କରାଯାଇଛି।

ଗ୍ରାହକଙ୍କ ପାଇଁ ରଜକୁ ଅଧିକ ଆକର୍ଷଣୀୟ ଓ ଲାଭଦାୟକ କରିବା ନିମନ୍ତେ ଏହି ସ୍ବତନ୍ତ୍ର ଅଭିଯାନ ଅଧୀନରେ ପଦକ୍ଷେପ ନିଆଯାଇଛି। ଏଥିରେ ଯେଉଁ ଗ୍ରାହକ ୩୪୯୯ ଟଙ୍କା ଓ ତାହା ଠାରୁ ଅଧିକ ମୂଲ୍ୟର ଶପିଂ କରିବେ ସେ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଇପାରିବେ।

ଏହି ସମୟ ମଧ୍ୟରେ ଗ୍ରାହକମାନେ ଟ୍ରେଣ୍ଡ୍‌ସ ରଜ ଫ୍ୟାଶନ୍ ଆଇକନ୍ ପ୍ରତିଯୋଗିତାରେ ଭାଗ ନେଇ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ପାଇବେ।

ଟ୍ରେଣ୍ଡ୍‌ସ ଗ୍ରାହକଙ୍କୁ ଏଥିପାଇଁ ଆମନ୍ତ୍ରଣ କରୁଛି। ଏଥିରେ ଗ୍ରାହକମାନେ ସେମାନଙ୍କ ସେଲ୍‌ଫି ନେଇ ଷ୍ଟୋର୍ ପରିସରରେ ଥିବା କ୍ୟୁଆର୍ କୋଡ୍‌ରେ ଅପଲୋଡ୍ କରିପାରିବେ। ଫଳରେ ସେମାନେ ଟ୍ରେଣ୍ଡ୍‌ସର ରଜ ଫ୍ୟାଶନ୍ ଆଇକନ୍ ପ୍ରତିଯୋଗିତାରେ ଭାଗ ନେବା ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ପୁରସ୍କାର ଜିତିବା ସୁଯୋଗ ରହିଛି।

ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ୨ ସହର ଏବଂ ଏହା ବାହାରେ ଭାରତର ଉପଭୋକ୍ତାମାନଙ୍କ ନିକଟରେ ଏହାର ପହଞ୍ଚଏବଂ ସଂଯୋଗକୁ ସୁଦୃଢ଼ କରି ଟ୍ରେଣ୍ଡ୍‌ସ ପ୍ରକୃତରେ ଭାରତରେ ଫ୍ୟାଶନ୍‌କୁ ଗଣତାନ୍ତ୍ରିକ କରୁଛି। ଫଳରେ ଏହା ଭାରତର ପ୍ରିୟ ଫ୍ୟାଶନ୍‌ ସପିଂ ଗନ୍ତବ୍ୟସ୍ଥଳ ପାଲଟିଛି।

ଟ୍ରେଣ୍ଡ୍‌ସ ଷ୍ଟୋରରେ ଆଧୁନିକ ଲୁକ୍ ଏବଂ ପରିବେଶ ରହିଛି। ଏଠାରେ ଉତ୍ତମ ଗୁଣବତ୍ତା ଏବଂ ଫ୍ୟାଶନ୍ ସାମଗ୍ରୀର ଏକ ଆକର୍ଷଣୀୟ ପରିସର ରହିଛି ଯାହା ସଂପୃକ୍ତ ଅଞ୍ଚଳର ଉପଭୋକ୍ତାମାନଙ୍କ ପାଇଁ ପ୍ରାସଙ୍ଗିକ ହୋଇଥାଏ। ଏଠାରେ ସୁଲଭ ମୂଲ୍ୟରେ ସାମଗ୍ରୀ ମିଳିବା ସହ ଖର୍ଚ୍ଚ କରୁଥିବା ଟଙ୍କାର ସର୍ବାଧିକ ମୂଲ୍ୟ ମିଳିଥାଏ।

ସହରର ଗ୍ରାହକମାନେ ଟ୍ରେଣ୍ଡି ଓମେନ୍ସ ୱେୟାର, ପୁରୁଷ ପୋଷାକ, କିଡ୍ସ ୱେୟାର ଏବଂ ଫ୍ୟାସନ ଆକ୍ସେସରିଜ୍‌କୁ ଆନନ୍ଦଦାୟକ ମୂଲ୍ୟରେ କିଣିବାର ଏକ ଅନନ୍ୟ ଏବଂ ଉତ୍କୃଷ୍ଟ ଅନୁଭୂତି ପାଇପାରିବେ ।

Govt
Leave A Reply