ଅନ୍ୟ ଦେଶରେ ଆତଙ୍କ ସୃଷ୍ଟି କରୁଥିବା ପାକିସ୍ଥାନ ନିଜ ଦେଶ ଉପରେ ଧ୍ୟାନ ଦେବାକୁ ଅସମର୍ଥ ଅଟେ ଏହିକଥା ସମସ୍ତେ ଜାଣନ୍ତି, କାହିଁକିନା ରୀତିମତ ପାକିସ୍ଥାନ ରେ ଘରୋଇ ହିଂସା ଲାଗିରହିଥାଏ, ସେହିଭଳି ପାକିସ୍ଥାନ ର ବଲୁଚିସ୍ଥାନ ରେ ସବୁବେଳେ ଅସ୍ଥିରତା ଲାଗି ରହିଥାଏ, ପରିସ୍ଥିତି ଏଭଳି ହୋଇଯାଇଛି ଯେ ଲୋକେ ଖୋଲାଖୋଲି ଭାବରେ ସହବାଜ ସରକାର ଙ୍କୁ ବିରୋଧ କରି ଚ୍ୟାଲେଞ୍ଜ ମଧ୍ୟ ଦେଉଛନ୍ତି, ବର୍ତମାନ BLA ର ଜଣେ ମହିଳା କମାଣ୍ଡର ଶାୟନାଜ ବଳୁଚ ଙ୍କର ଗୋଟିଏ ଭିଡିଓ ଜାରି କରିଛି, ଯେଉଁ ଭିଡିଓ ରେ ସଯାନାଜ ବାଲୁଁଚ କହୁଛନ୍ତି ପାକିସ୍ଥାନ ବଲୁଚିସ୍ଥାନ ର ମାଟି କୁ ଛାଡିଦେଉ ନହେଲେ ଗମ୍ଭୀର ପରିଣାମ ଭୋଗିବାକୁ ପ୍ରସ୍ତୁତ ହୋଇଯାଉ l
ପ୍ରଥମଥର ପାଇଁ ବଳୁଚ ମହିଳା ଫ୍ରିଡମ ଫାଇଟର ମିଡିଆରେ ଆସିଛନ୍ତି, ବଳୁଚ ଲିବେରିସନ ଆର୍ମି ର ମହିଳା କମାଣ୍ଡର ଙ୍କର ମେସେଜ BLA ର ହକଲ ମିଡ଼ିଆ ପବ୍ଲିସ କରିଛି, ଯେଉଁଥିରେ ସେ ବଳୁଚ ଦେଶ ଓ ଦୁନିଆକୁ ସମ୍ବୋଧନ କରିଛନ୍ତି, ଏହି ଭିଡିଓ ରେ ସଯାନାଜ ଙ୍କ ସହିତ ଅନ୍ୟ ବଳୁଚ ମହିଳା କମାଣ୍ଡର ଙ୍କୁ ଦେଖିବାକୁ ମିଳୁଛି , ଯେଉଁମାନେ ସଶସ୍ତ୍ର ମାରଣାସ୍ତ୍ର ଧରି ଠିଆ ହୋଇଛନ୍ତି l BLA ଚାହୁଁଚି ଯେ ମହିଳା ମାନେ ଏହି ଲଢେଇ ରେ ସାମିଲ ହୁଅନ୍ତୁ, ଏହି ଭିଡିଓ ରେ BLA ମହିଳା ଫାଇଟର ଙ୍କୁ ପ୍ରୋତ୍ସାହନ ଦେଉ ଥିବାର ଦେଖିବାକୁ ମିଳୁଛି l
ବଳୁଚ ଲିବରେସନ ଆର୍ମି ଦାବି କରିଛି ଯେ ସେ ଏୟାରଫୋର୍ସ ସିକ୍ୟୁରିଟି ଫୋର୍ସ ର ଜଣେ ଉଚପଦସ୍ଥ ଅଫିସରଙ୍କୁ ଗିରଫ କରିଛି, ସେ ହେଉଛନ୍ତି ଡେପୁଟି ଡ଼ାଇରେକ୍ଟର ଓ କାମାଣ୍ଡିଙ୍ଗ ଅଫିସର ୱାସିମ ଅହମଦ ବୋଲି ଜଣାପଡିଛି l BLA ପକ୍ଷରୁ ମହିଳା ମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି l