Odisha news

ବେଆଇନ ଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ନିର୍ମାଣ ୟୁନିଟ୍ ଠାବ :  ୪୨ ଟି ଦେଶୀ ବନ୍ଧୁକ ଜବତ : ୧୫ ଗିରଫ 

0
ବାଲିଗୁଡ଼ା,ତା, ୧୪/୦୫: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ଅପରାଧ ଓ ଅପରାଧୀଙ୍କ ନିୟନ୍ତ୍ରଣ ସହ ଆଇନଶୃଙ୍ଖଳା ବ୍ୟବସ୍ଥା କୁ ବଜାୟ ରଖିବା ପାଇଁ କନ୍ଧମାଳ ଏସପି ହରିଶ ବିଶି ଙ୍କ ସ୍ବତନ୍ତ୍ର ବେଆଇନ ଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ନିର୍ମାଣ ୟୁନିଟ୍ ଓ ଦେଶୀ ବନ୍ଧୁକ ଠାବ ଅଭିଯାନ ଆରମ୍ଭ କରିଛନ୍ତି। ଏଥିରେ ପୁଲିସ କୁ ବଡ ସଫଳତା ମିଳି ଥିବା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭମ ଭୋସଲେ ଗୁରୁବାର ସାମ୍ବାଦିକ ସମ୍ମିଳନୀ ରେ ଜଣାଇଛନ୍ତି। ଜିଲ୍ଲାର ୩ ଟି ବେଆଇନ ଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ନିର୍ମାଣ ୟୁନିଟ ଠାବ ହୋଇ ଥିବା ବେଳେ ୪୨ ଦେଶୀ ବନ୍ଧୁକ ଜବତ କରିବା ସହ ୧୫ ଜଣଙ୍କୁ ଗିରଫ କରାଯାଇଛି। ବେଆଇନ ଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ନିର୍ମାଣ ୟୁନିଟ ଗୁଡ଼ିକ ତୁମୁଡ଼ିବନ୍ଧ, ବ୍ରାହ୍ମଣୀ ଗାଁ ଓ ଫିରିଙ୍ଗିଆ ଥାନା ଅଞ୍ଚଳରେ ଠାବ ପରେ ନଷ୍ଟ କରାଯାଇଛି। ତୁମୁଡ଼ିବନ୍ଧ ଥାନା ଅଞ୍ଚଳ ରୁ ୧୮ ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ଜଣେ ବ୍ୟକ୍ତି ଗିରଫ ସେହି ଭଳି ବ୍ରାହ୍ମଣୀ ଗାଁ ୨ ଟି ଦେଶୀ ବନ୍ଧୁକ ସହ ଜଣେ ଗିରଫ, ଗୋଛାପଡା ଥାନା ୩ ବନ୍ଧୁକ ଜବତ ୨ ଗିରଫ, ଦାରିଙ୍ଗବାଡ଼ି ଥାନା ୩ ବନ୍ଧୁକ ଜବତ, ବେଲଘର ଥାନା ରୁ ୨ ବନ୍ଧୁକ ଜବତ ୨ଗିରଫ, ରାଇକିଆ ୨ ବନ୍ଧୁକ ଜବତ ଜଣେ ଗିରଫ, ଖଜୁରୀପଡ଼ା ୧ ବନ୍ଧୁକ ଜବତ ଜଣେ ଗିରଫ, ଟିକାବାଲି ଥାନା ଅଞ୍ଚଳ ରୁ ୪ ଦେଶୀ ବନ୍ଧୁକ ଜବତ ୩ ଗିରଫ, ଚକାପାଦ ୨ ବନ୍ଧୁକ ଜବତ ଜଣେ ଗିରଫ, କୋଟଗଡ ୩ ବନ୍ଧୁକ ଜବତ ଜଣେ ଗିରଫ, ବାଲିଗୁଡ଼ା ଥାନା ଅଞ୍ଚଳ ରୁ ଜଣେ ଗିରଫ ୧ ବନ୍ଧୁକ ଜବତ ହୋଇଥିବା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭମ ଭୋସଲେ ସାମ୍ବାଦିକ ସମ୍ମିଳନୀ ରେ ଜଣାଇଛନ୍ତି। ଏହି ଅଭିଯାନ ଆଗାମୀ ଦିନ ରେ ମଧ୍ୟ ଯୋରଦାର କାରାଯିବ ବୋଲି କହିଛନ୍ତି । ତେବେ ଏହି ଦେଶୀ ଚୋରା ବନ୍ଧୁକ କେଉଁଠାରେ ତିଆରି ହେଉଥିଲା ଏବଂ କେବଳ ଶିକାରୀମାନଙ୍କ ପାଖରେ ପହଞ୍ଚୁ ଥିଲା ନା ଅନ୍ୟ କେଉଁ ଆଡେ ଯାଉଥିଲା ସେନେଇ ତଦନ୍ତ ଜାରି ରଖିଛି କନ୍ଧମାଳ ପୁଲିସ।
Govt
Leave A Reply