ବାଲିଗୁଡ଼ା, ତା, ୧୨/୦୪(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ସ୍ବତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଭାବରେ ଜି ଉଦୟଗିରି ନିର୍ଵାଚନ ମଣ୍ଡଳୀ ର ଟାଣୁଆ ଆଦିବାସୀ ନେତା ମାନଗୋବିନ୍ଦ ପ୍ରଧାନ ଙ୍କୁ ମନୋନୀତ କରିଥିବା ବେଳେ ବାଲିଗୁଡା ଅଞ୍ଚଳର ଆଦିବାସୀ ନେତ୍ରୀ କଳ୍ପନା କହଁରଙ୍କୁ ପରିଷଦର ଉପାଧ୍ଯକ୍ଷା ଭାବେ ନିଯୁକ୍ତି ମିଳିଛି । ଏଥିପାଇଁ ଜିଲ୍ଲାବାସୀ ରାଜ୍ୟ ସରକାରଙ୍କ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏ ନେଇ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ତାଙ୍କ ଦୁହିଁ ଙ୍କୁ ଶତାଧୂକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସ୍ୱାଗତ ସମ୍ବଦ୍ଧନା କରିଥିଲେ । ଏହା ପରେ ଷ୍ଟେଟବ୍ୟାଙ୍କ ଛକରୁ ଆରମ୍ଭ କରି କଲେଜ ଛକ ଓ ସଭାଗୃହ ପର୍ୟ୍ୟନ୍ତ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ କରି ନିଆଯାଇଥିଲା। ଏହା ପରେ ଭାରତୀୟ ଜନତା ପାର୍ଟି ସ୍ୱତନ୍ତ୍ର ସଂଘନ ସଂଶୋଧନ କର୍ମଶାଳା ରେ ସାମିଲ ହୋଇଥିଲେ । ଏହି ସଭାରେ ବିଜେପି ଜିଲା ସଭାପତି ପଣ୍ଡିତ କୁମାର ବିଶିମାଝୀ , ସଧାରଣ ସମ୍ପାଦକ ଦେବେନ୍ଦ୍ର କୁଦାଇ, ଉପ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ବରିଷ୍ଠ ବିଜେପି ନେତା ପଦ୍ମ ଚରଣ ଦାସ, ନେତ୍ର ମାନ ସେଠ,ସୁଷମା ସାହୁ , ଦିଗାମ୍ବର ପାଣିଗ୍ରାହୀ , ସୂର୍ଯ୍ୟ କାନ୍ତ ନାୟକ, ଅନ୍ତର୍ଯ୍ୟାମୀ ବେହେରା, ଗଦାଧର ନାୟକ , ସୁରେନ୍ଦ୍ର ପାତ୍ର, ଲକ୍ଷ୍ମୀ କାନ୍ତ ମଲିକ, ଅନିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।