Odisha news

ନୂତନ ମହିଳା ଜିଲ୍ଲା କୃଷି ଅଧିକାରୀଙ୍କ ଯୋଗଦାନ 

0
ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ଥିବା ଜିଲ୍ଲା କୃଷି କାର୍ଯ୍ୟାଳୟରେ ନୂତନ କରି ପ୍ରଥମ ଥର ପାଇଁ ଜଣେ ମହିଳା ଡଃ.ଶୁଭଶ୍ରୀ ବନ୍ଦିତା ଜିଲ୍ଲା କୃଷି ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ସେ ପୂର୍ବରୁ କୋରାପୁଟ ଜିଲ୍ଲା ସେମିଳିଗୁଡାର ସହକାରୀ କୃଷି ନିର୍ଦ୍ଦେଶକ ଓ ମୂର୍ତ୍ତିକା ରସାୟନବିତ୍ ଭାବେ କାର୍ଯ୍ୟ କରୁଥିଲେ। ଏଠାକୁ କୃଷି ଜିଲ୍ଲା ଅଧୂକାରୀ ଭାବେ ପଦୋନ୍ନତି ପାଇ କାର୍ଯ୍ୟରେ ଯୋଗ ଦେବା ପରେ ଏଠାରେ ଅତିରିକ୍ତ ଦାୟିତ୍ୱରେ ଥିବା ଗୋଷ୍ଠୀ କୃଷି ଅଧୂକାରୀ ବିଭୁପଦ ଦାସଙ୍କ ଠାରୁ ଦାୟିତ୍ୱ  ଗ୍ରହଣ କରିଥିଲେ। ଉକ୍ତ କୃଷି କାର୍ଯ୍ୟାଳୟ ଅଧୀନରେ ଥୁବା ଦାରିଙ୍ଗିବାଡ଼ି ଓ କ.ନୂଆଗାଁ ବ୍ଲକର ସମସ୍ତ କୃଷି କର୍ମଚାରୀ ନୂତନ ଅଧୂକାରୀଣିଙ୍କୁ ସ୍ବାଗତ ସମ୍ବଦ୍ଧନା ଜଣାଇଥିଲେ। ସେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କୃଷି ଓ କୃଷକଙ୍କ ସଶକ୍ତି କରଣ ପାଇଁ ଗୁରୁତ୍ବ ଦେବା ସହିତ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହା ସହିତ ଅଞ୍ଚଳର ଖରାଟିଆ ଚାଷ,ମୂର୍ତ୍ତିକା ପରୀକ୍ଷା,କୃଷକ ପଞ୍ଜିକରଣ ଓ ଜୈବିକ ସାର ପ୍ରୟୋଗକୁ ଧ୍ୟାନ ଦେବା ପାଇଁ କୃଷକ ମାନଙ୍କ ସହାୟତା ମଧ୍ୟ ଲୋଡ଼ିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ପିପିଏ ଦିବାକର ସେଠୀ, ବରିଷ୍ଠ ସହାୟକ ରାଜେଶ କୁମାର ଜେନା ଓ କର୍ମଚାରୀ ଅରୁଣ ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସ୍ବାଗତ ଜଣାଇଥିଲେ।
Govt
Leave A Reply