ୟୁରୋପ ର ସୁନ୍ଦର ଦେଶ ସୁଇଜରଲ୍ୟାଣ୍ଡ ନିଜ ପ୍ରକୃତିକ ସୌନ୍ଦର୍ଯ୍ୟ ଓ ରାଜନୀତି ପାଇଁ ସବୁବେଳେ ଚର୍ଚାରେ ରହି ଆସିଥାଏ , ଏଠାରେ ରାଷ୍ଟ୍ରପତି ଙ୍କ କାର୍ଯ୍ୟକାଳ ମାତ୍ର ଗୋଟିଏ ବର୍ଷ ରହିଥାଏ , ଏହି ବ୍ୟବସ୍ଥା ଶାସକ ଦଳ ର ମନମୁଖୀ ଶାସନ ଓ ଅରାଜକତା ରୁ ରକ୍ଷା କରିବା ପାଇଁ ନିଆଯାଇଛି l ସୁଇଜରଲ୍ୟାଣ୍ଡ ରେ ରାଷ୍ଟ୍ରପତି ଙ୍କ ମତଦାନ ରେ ସିଧାସଳଖ ଲୋକେ ଅଂଶ ଗ୍ରହଣ କରନ୍ତି ନାହିଁ l ୭ ଜଣ ସଦସ୍ୟଙ୍କୁ ନେଇ ହୋଇଥିବା ଫେଡେରାଲ କାଉନସିଲ ସଙ୍ଘ ପ୍ରତ୍ୟେକ ବର୍ଷ ଜଣେ ଲେଖାଏଁ ରାଷ୍ଟ୍ରପତି ହୋଇ ଥାଆନ୍ତି , ସୁଇଜରଲ୍ୟାଣ୍ଡ ରେ ପ୍ରତ୍ୟେକ ବର୍ଷ ଜାନୁଆରୀ ୧ ତାରିଖ ହୋଇଥାଏ l
ଏହି ବ୍ୟବସ୍ଥାର ଉଦେଶ୍ୟ ରାଜନେତା ଙ୍କ କଳାବଜାରୀ ଉପରେ ରୋକ ଲଗାଇବା l ସୁଇଜରଲ୍ୟାଣ୍ଡ ର ରାଜନୀତି ପ୍ରଣାଳୀ ସହମତି ଓ ସନ୍ତୁଳନ ଉପରେ ଆଧାରିତ ଅଟେ l ଏଥିପାଇଁ ଏଠାରେ କୌଣସି ବ୍ୟକ୍ତି ଉଚ୍ଚ ପଦବୀ ରେ ଦୀର୍ଘ ଦିନ ଧରି ରୁହନ୍ତି ନାହିଁ l
ପ୍ରତ୍ୟେକ ବର୍ଷ ଏଠାରେ ରାଷ୍ଟ୍ରପତି ପରିବର୍ତ୍ତନ ହୋଇଥିଲେ ମଧ୍ୟ ସମସ୍ତ ସଙ୍ଘ ପରିବାର ମିଳିତ ଭାବେ ଦେଶ ପାଇଁ ନିଷ୍ପତି ନେଇ ଥାଆନ୍ତି l ସେଥିପାଇଁତ ଦେଶ ରେ ସ୍ଥରତା ରହିଥାଏ l ସୁଇଜରଲ୍ୟାଣ୍ଡ ପ୍ରତ୍ୟକ୍ଷ ଲୋକ ତନ୍ତ୍ର ର ପରମ୍ପରା ଅଟେ , ଏଠାରେ ଜନତା ଜନମତ ସଂଗ୍ରହ ଜରିଆରେ ନିଷ୍ପତି ନେଇଥାଏ l ଏହାଦ୍ୱାରା ସରକାର ଓ ଜନସାଧାରଣ ଙ୍କ ମଧ୍ୟରେ ଭରସା ମଜବୁତ ହୋଇଥାଏ l