By shely Patanaik : ଗୋଟିଏ ଜଙ୍ଗଲ ରେ ଚିକୁ ନାମକ ଗୋଟିଏ ଠେକୁଆ ରହୁଥିଲା , ସେ ଖୁବ ଚତୁର ଓ ବୁଦ୍ଧିଆ ଥିଲା , ଜଙ୍ଗଲ ର ଜୀବ ଯାନ୍ତୁ ଙ୍କର ଯାହାବି ଅସୁବିଧା ହୁଏ ସେମାନେ ଚିକୁ ପାଖକୁ ଯାଇ ଥାଆନ୍ତି ଆଉ ଚିକୁ ତାକୁ ଚୁଟକୀ ରେ ସମାଧାନ କରି ଦେଇଥାଏ l
ସେହି ଜଙ୍ଗଲ ରେ ଗୋପୀ ନାମକ ଗୋଟିଏ ବଳୁଆ ହାତୀ ଟିଏ ଥାଏ , ଯିଏ ନିଜ ବଳ ପାଇଁ ଖୁବ ଅହଂକାର କରେ l
ଥରେ ବର୍ଷା ଅଭାବରୁ ମରୁଡି ପଡିଗଲା ଏବଂ ଜଙ୍ଗଲରେ ଥିବା ଖାଲ ଜାଗା ଗୁଡିକ ସୁଖି ଗଲା , ଜୀବ ଯନ୍ତୁ ମାନେ ପାଣି ପିଇବାକୁ ଖୁବ ହଇରାଣ ହରକତ ହେଲେ l ସମସ୍ତେ ପାଣି ପାଇଁ ଖୋଜି ବୁଲିବା ବେଳକୁ ଦେଖିଲେ ଯେ ଗୋପୀ ହାତୀ ଗୋଟିଏ ଛୋଟ ଖାଲରୁ ପାଣି ପିଉଚି l
ସମସ୍ତେ ସେଠାକୁ ଯାଇ ଗୋପୀ ହାତୀ କୁ ଖୁବ ଅନୁରୋଧ କଲେ ପାଣି ଟୋପାଏ ଦେବା ପାଇଁ, କିନ୍ତୁ ସେ ନିଜ ବଳ ଓ ବିଶାଳ ଶରୀର କୁ ଦେଖାଇ ସଭିଙ୍କୁ ଘଉଡ଼ାଇ ଦେଲା l ଜୀବ ଯନ୍ତୁ ମାନେ ଯାଇ ପହଁଭିଲେ ଚିକୁ ଠେକୁଆ ପାଖରେ ଓ ସମସ୍ତ କଥା କହିଲେ l
ଚିକୁ ସବୁ କଥା ଶୁଣି ରାତିରେ ସେହି ପାଣି ଥିବା ଖାଲ ନିକଟ କୁ ଗଲା ଏବଂ ଗୋପୀ ହାତୀକୁ ଡାକି କହିଲା ତୁ ଏହି ଖାଲରୁ ଆଉ ପାଣି ପିଇବୁ ନାହିଁ , ଏହି ଖାଲ ଟି ହେଉଛି ଚନ୍ଦ୍ରମା ଙ୍କର , ତୁ ଯଦି ପାଣି ପିଇବୁ ତତେ ଅଭିଶାପ ଦେଇଦେବେ ଚନ୍ଦ୍ରମା l ଗୋପୀ ଏହା ଶୁଣି ଖାଲ ପାଖକୁ ଯାଇ ଦେଖିଲା ଯେ ସତରେ ପାଣି ରେ ଚନ୍ଦ୍ରମା ଦେଖା ଯାଉଛନ୍ତି , ସେ ଭାବିଲା କାଳେ ତାକୁ ଚନ୍ଦ୍ରମା ଅଭିଶାପ ଦେଇଦେବେ l ସେ ଭୟଭୀତ ହୋଇ ସେହି ଖାଲ ଛାଡି ଚାଲିଗଲା ଏବଂ ଜୀବ ଯନ୍ତୁ ମାନେ ଚିକୁ କୁ ଧନ୍ୟବାଦ ଜଣାଇ ଖୁସି ରେ ପାଣି ପିଇଲେ l
ଦେଖିଲେ ତ ଉପସ୍ଥିତ ବୁଦ୍ଧି ଯୋଗୁଁ କିପରି ସବୁ ପଶୁ ଙ୍କ ଶୋଷ ମେଣ୍ଟିଲା l