ଭୁବନେଶ୍ୱର, 12 ସେପ୍ଟେମ୍ବର 2025 : ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳରେ ରାଜଭାଷା ସପ୍ତାହ ଉତ୍ସାହଭରା ପରିବେଶରେ ଆୟୋଜନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସରଳ ଭାବଗତ ସଂଯୋଗ ସୁନିଶ୍ଚିତ କରିବା ଓ ଭାଷାଗତ ତାରତମ୍ୟକୁ ଦୂର କରିବା ପାଇଁ ସରକାରୀ କାର୍ଯ୍ୟରେ ହିନ୍ଦୀର ପ୍ରଚାର-ପ୍ରସାରର ଗୁରୁତ୍ୱକୁ ଉଲ୍ଲେଖ କରିଥିଲେ ।
ଶ୍ରୀ ତ୍ରିପାଠୀ ମଧ୍ୟ କହିଛନ୍ତି ଯେ, ସରଳ ସଂଯୋଗ ପ୍ରଣାଳୀ ଓ ଭାରତରେ ଯୋଗାଯୋଗରେ ଥିବା ଭାଷାଗତ ତାରତମ୍ୟକୁ ହିନ୍ଦୀର ପ୍ରଚାର-ପ୍ରସାର ମାଧ୍ୟମରେ ସେତୁ ବନାଇପାରିବ । ସେ ଗୋଟିଏ ଭାଷାରେ ଯୋଗାଯୋଗର ଆବଶ୍ୟକତା ବିଷୟରେ ଉଲ୍ଲେଖ କରି ଭାରତୀୟ ସମିଧାନର ପ୍ରତି ଆମର ଦାୟିତ୍ୱ ପୁରଣ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।
ଏହି ଅବସରରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ (ପରିଚାଳନା) ଶ୍ରୀ ପି. କେ. ବେହରା ଓ ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ (ଭିତ୍ତିଭୂମି) ଶ୍ରୀ ସୁଭ୍ରଜ୍ୟୋତି ମଣ୍ଡଳଙ୍କ ସହିତ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ରାଜଭାଷା ଅଧିକାରୀ ଶ୍ରୀମତୀ ଉଷା ରାଣୀ ପରିଚାଳନା କରିବା ସହ ରାଜଭାଷା ବିଭାଗ ଦ୍ୱାରା ହିନ୍ଦୀର ବ୍ୟବହାର ବୃଦ୍ଧି ପାଇଁ ହୋଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ ।