ଓ୍ବାସିଂଟନ ସୁନ୍ଦର ଓ ରବୀନ୍ଦ୍ର ଜାଦେଜାଙ୍କ ଲଢୁଆ ବ୍ୟାଟିଂ : ଭାରତ ଇନିଂସ ପରାଜୟ ଏଡ଼େଇବାର ସକ୍ଷମ , ଇଂଲଣ୍ଡଠାରୁ ୧୧ ରନରେ ଆଗୁଆ
ମାଞ୍ଚେଷ୍ଟର : ଅଧିନାୟକ ଶୁବମନ ଗିଲ ଓ କେଏଲ ରାହୁଲଙ୍କ ଲଢୁଆ ବ୍ୟାଟିଂ ଫଳରେ ଭାରତ ନିଜର ଲଢେଇକୁ ଜାରି ରଖିଥିଲା । ଆଜି ଅର୍ଥାତ ମ୍ୟାଚର ୫ମ ଦିନରେ ରାହୁଲ ୯୦ ରନ କରି ଆଉଟ ହୋଇଥିବବେଳେ ଗିଲ ୧୦୩ ରନ କରି ଆଉଟ ହୋଇଥିଲେ । ଏହି ଦୁଇ ସେଟ୍ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଭାରତ ଉପରେ ଇନିଂସ ପରାଜୟର ଆଶଙ୍କା ବଢିଯାଇଥିଲା । କିନ୍ତୁ ଓ୍ବାସିଂଟନ ସୁନ୍ଦର ଓ ରବୀନ୍ଦ୍ର ଜାଦେଜାଙ୍କ ଲଢୁଆ ବ୍ୟାଟିଂ ଫଳରେ ଭାରତ ଇନିଂସ ପରାଜୟ ଏଡ଼େଇବାର ସକ୍ଷମ ହୋଇଛି । ଉଭୟ ବ୍ୟାଟ୍ସମ୍ୟାନ ନିଜର ଅର୍ଦ୍ଧଶତକ ପୂରଣ କରି ଅପରାଜିତ ଅଛନ୍ତି । ସର୍ବଶେଷ ସୂଚନା ଅନୁସାରେ ଭାରତ ୪ ଓ୍ବିକେଟ ହରାଇ ୩୨୨ ରନ କରିଛି ଓ ଇଂଲଣ୍ଡଠାରୁ ୧୧ ରନରେ ଆଗୁଆ ହୋଇଯାଇଛି । ମାଞ୍ଚେଷ୍ଟର ଟେଷ୍ଟ ରୋଚକ ମୋଡ଼ରେ ପହଞ୍ଚିଛି । ଇଂଲଣ୍ଡ ବୋଲରଙ୍କ ପ୍ରବଳ ଆକ୍ରମଣର ପ୍ରତିରୋଧ କରି ଭାରତୀୟ ବ୍ୟାଟ୍ସମ୍ୟାନମାନେ ଇନିଂସ ପରାଜୟ ଏଡ଼ାଇବାକୁ ସକ୍ଷମ ହୋଇଛନ୍ତି । ଏହା ସତ୍ତ୍ବେ ଭାରତ ଉପରେ ପରାଜୟର ଆଶଙ୍କା ଶେଷ ହୋଇନାହିଁ ।