Odisha news

ଜିଲ୍ଲାସ୍ତରୀୟ  ବିଶ୍ଵ  ଉପଭୋକ୍ତା ଅଧିକାର ଦିବସ ପାଳିତ 

0
ନୂଆପଡ଼ା -୨୮/୩ (ସୁରେନ୍ଦ୍ର ତିୱାରୀ) : ସ୍ବେଚ୍ଛାସେବୀ ଅନୁଷ୍ଠାନ ପରଦା ନୂଆପଡ଼ା ଓ ଜିଲ୍ଲା ବୈଧମାପ ବିଜ୍ଞ।ନ ବିଭାଗ ନୂଆପଡାଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ବ ଉପଭୋକ୍ତା ଅଧିକାର ଦିବସ- ୨୦୨୫ ନୂଆପଡ଼ା ବ୍ଲକର  ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଗୃହରେ ପାଳିତ ହୋଇଯାଇଛି । ଏହି ବିଶ୍ବ ଉପଭୋକ୍ତା ଅଧିକାର ଦିବସରେ ମୁଖ୍ୟ ଅତିଥି ଭାବରେ ଭୀମସେନ ଶବର , ଅତିରିକ୍ତ ଜିଲ୍ଲାପାଳ ନୂଆପଡ଼ା,  ଏବଂ ସମ୍ମାନିତ ଅତିଥି ଭାବରେ ବିଦ୍ୟାପତି ପଣ୍ଡା ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରି , ତ୍ରିନାଥ ବିଶି , ଅତିରିକ୍ତ ଯୋଗାଣ ଅଧିକାରୀ , ପୃଥୁରାଜ ହାଁସଦା , ଉପନୀୟନ୍ତ୍ରକ  ବୈଧମାପ ବିଜ୍ଞ।ନ  ବିଭାଗ,  ଅହଲ୍ୟା ରଣା , ସମ୍ପାଦକ ଅନ୍ୟାନ୍ୟ ମିଶନ ଶକ୍ତି ,ଶିବାନନ୍ଦ ପାତ୍ର ପ୍ରମୁଖ ଯୋଗଦେଇଥିଲେ।ମୁଖ୍ୟବକ୍ତା ଭାବେ ପରମାନନ୍ଦ ହଁସ , ଖାଉଟି ଅଦାଲତ  ନୂଆପଡ଼ା,  ଯୋଗଦେଇଥିଲେ । ରୁଦ୍ର ଚରଣ ପଟ୍ଟନାୟକ, ଅଧ୍ୟକ୍ଷ ପରଦା  ଅତିଥି ମାନଙ୍କ ପରିଚୟ ପ୍ରଦାନ କରି କାର୍ଯକ୍ରମକୁ ଆରମ୍ଭ କରିଥିଲେ ।  ଅତିରିକ୍ତ ଜିଲ୍ଲାପାଳ  ଖାଉଟି ମାନେ ଉପଭୋକ୍ତା ବିଷୟକୁ କିପରି ନିଜ ନିଜର ଦୈନନ୍ଦିନ ଜୀବନର  ଉପଯୋଗ କରିବେ ଏବଂ ଉପଭୋଗ କରୁଥିବା ବିଷୟ ଓ ନିଜର   ବ୍ୟବହାର କରୁଥିବା ସେବା ବିଷୟରେ ସଚେତନ ହୋଇ ପାରିବେ ସେ ଉପରେ ଆଲୋକପାତ କରିଥିଲେ । ସମସ୍ତଙ୍କୁ ଛଅ ଗୋଟି ଖାଉଟି ଅଧିକାର ବିଷୟରେ ଜଣାଇଥିଲେ  । ଅତିରିକ୍ତ ଯୋଗାଣ ଅଧିକାରୀ ଖାଉଟି ଓ ଖାଉଟି ମାନଙ୍କର ଅଧିକାର ଉପରେ ଆଲୋକ ପାତ କରିଥିଲେ  ।  ବିଦ୍ୟାପତି  ପଣ୍ଡା, ଡି ଆଇ ପି ଆର ଓ ,  ଉପଭୋକ୍ତା ମାନେ ଦୈନନ୍ଦିନ ଜୀବନରେ ରେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା କରିଥିଲେ । ବର୍ତ୍ତମାନ ଦିନର ଅନ୍ ଲାଇନ୍ ଓ ଇ କମର୍ସରେ  ହେଉଥିବା ଠକାମି ବିଷୟରେ ଆଲୋକପାତ କରିଥିଳେ । ଉପନୀୟନ୍ତ୍ରକ  ବୈଧମ।ପ ବିଜ୍ଞ।ନ  ବିଭାଗ,  ବର୍ତ୍ତମାନ ସମୟରେ ଉପଭୋକ୍ତା ମାନେ ଦୈନନ୍ଦିନରେ ବ୍ୟବହାର କରୁଥିବା ସାମଗ୍ରୀ ର ଓଜନରେ ନିକିତିରେ ବହୁତ ପ୍ରକାର ଠକାମୀର ଶିକାର ହେଉଛନ୍ତି ତାଙ୍କୁ ସଚେତନ ହେବା ପାଇଁ ଆହ୍ବାନ କରିଥିଲେ ।  ଶ୍ରୀଯୁକ୍ତ ହଁସ ଖାଉଟି ଅଧିକାର ଓ ଖାଉଟି ଅଦାଲତ ଉପରେ ଆଲୋକ ପାତ କରିଥିଲେ । ଏହି କାର୍ଯକ୍ରମରେ  ଶତାଧିକ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିଲେ । ଶେଷରେ  ପ୍ରତାପ କୁମାର ସାହୁ ଧନ୍ୟବାଦ ଅର୍ପଣ  କରିଥିଲେ ।
Leave A Reply