ନୂଆପଡ଼ା ୫/୩(ସୁରେନ୍ଦ୍ର ତିୱାରୀ) ନୁଆପଡା ଜିଲ୍ଲା ର ଗର୍ବ ଓ ଗୌରବ ର ବାର୍ତ୍ତାବହ “ମାରାଗୁଡା ଲୋକ ମହୋତ୍ସବ-୨୦୨୫” ଆସନ୍ତା ୧ ଏପ୍ରିଲ ଠାରୁ ୫ ଏପ୍ରିଲ ପାଞ୍ଚ ଦିନ ବ୍ୟାପି ହେବ। ଏଣୁ “ନୂଆପଡ଼ା ଦର୍ପଣ” ସ୍ମରଣିକା କମିଟିର ପ୍ରଥମ ପ୍ରସ୍ତୁତି ବୈଠକ ସମ୍ମିଳନୀ ଗୃହ ଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି l ସ୍ମରଣିକା କମିଟିର ସଦସ୍ୟଙ୍କ ଉପସ୍ଥିତିରେ ମୁଖ୍ୟ ସମ୍ପାଦକ ତଥା ଜିଲ୍ଲାପାଳ ମଧୁସୂଦନ ଦାସ ସ୍ମରଣିକା ନୂଆପଡା ଦର୍ପଣ ର ରୂପରେଖ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଚଳିତ ବର୍ଷ ମାରାଗୁଡ଼ା ଲୋକ ମହୋତ୍ସବର ସ୍ମରଣିକା ନୂଆପଡା ଜିଲ୍ଲାର ସାହିତ୍ୟ, ସଂସ୍କୃତି, ଐତିହ, ପରମ୍ପରା, କୀର୍ତ୍ତିରାଜି ବିଷୟ ମୁଖବନ୍ଧରେ ପ୍ରକାଶ ପାଇବ l ଓଡ଼ିଆ,ଇଂରାଜୀ,ହିନ୍ଦୀ ଓ ସଂସ୍କୃତ ଭାଷାରେ ପ୍ରବନ୍ଧ, ଗଳ୍ପ, କବିତା ଓ ରମ୍ୟ ରଚନା କୁ ସ୍ଥାନ ଦିଆଯିବ l ଲେଖା ପଠାଇବାର ଶେଷ ତାରିଖ ଚଳିତ ମାସ ମାର୍ଚ୍ଚ ୧୫ ତାରିଖ l ଲେଖା ସବୁ ଡିଟିପି କରି ପଠାଇବାକୁ ସମ୍ପାଦନା ମଣ୍ଡଳୀ ଅନୁରୋଧ କରିଛନ୍ତି l ଲେଖା ସବୁ ଜିଲ୍ଲାପାଳ ନୂଆପଡା,ମାୟାଧର ସରାଫ ଓ ଗୌରାଙ୍ଗ କୁମାର ସାହୁଙ୍କ ପାଖରେ ଦେବାକୁ ଅନୁରୋଧ କରାଯାଇଛି। ସଭା ରେ ଡ. ଫଣିନ୍ଦମ୍ ସିଂ ଦେଓ, ଡ଼.ରାମଚନ୍ଦ୍ର ମିଶ୍ର, ବାସୁଦେବ ସୁନାନୀ, ସlମୁଏଲ୍ ଦାନି, ମାୟାଧର ସରାଫ, ଓମ୍ ପ୍ରକାଶ ଯୋଶୀ, ପ୍ରବୋଧ ହୋତା, ପ୍ରସନ୍ନ କୁମାର ପାଢ଼ୀ, ମୁରଲୀ ଧର ପଣ୍ଡା, ଲୋହିତାକ୍ଷ ଯୋଶୀ, ଗୌରାଙ୍ଗ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ ଦେଇଥିଲେ।