ବାଲିଗୁଡା,୫/୩-; ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ବାଲିଗୁଡାରେ ବିଜେଡି ଦଳ ତରଫରୁ ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ ଓ ପୁର୍ବତନ ଅଧକ୍ଷ ଲୋକନାଥ ପାଢୀଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ଏଥି ନିମନ୍ତେ ବିଜେଡି ଦଳ ତରଫରୁ ଶତାଧିକ ବାଇକ ର୍ୟାଲିରେ ଆସି ପାର୍କ ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଦେଇଇଥିଲେ । ବିଜୁ ବାବୁ ଅମର ରହେ ଓ ନବୀନ ପଟ୍ଟନାୟ କ ଜିନ୍ଦାବାଦ,ଟୁନାଦାସ ଜିନ୍ଦାବାଦ,ଚକ୍ରମଣୀ କହଁର ଜିନ୍ଦାବାଦ ଆଦି ନାରାବାଜି ଦେଇଥିଲେ । ଉକ୍ତ କା୍ର୍ୟକ୍ରମରେ ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ, ,ସୁଜିତ କୁମାର ପାଳ,ଏମଡି ସାବେଜ,ପ୍ରମୋଦ କୁମାର ସାହୁ,ବରଦା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।