Odisha news

ଏକ ନିଆରା ପରମ୍ପରା:- ଆଧୁନିକ ଯୁଗର ଚାକଚକ୍ୟ ଭୁଲି ବୈଦିକ ରୀତିନୀତି ରେ ବରଯାତ୍ରୀ

0
ନୂଆପଡ଼ା – ୫/୩ (ସୁରେନ୍ଦ୍ର ତିୱାରୀ) ଆଜିକା ଦୁନିଆରେ ଦିନକୁ ଦିନ ଆମ ସଂସ୍କୃତି ପରମ୍ପରା ଲୋପ ପାଇବାରେ ଲାଗିଛି, ଆଜିକା ପିଢ଼ି ଭାରତୀୟ ସଂସ୍କୃତି କୁ ଭୁଲି ପାଶ୍ଚାତ୍ୟ ସଂସ୍କୃତି କୁ ଆପଣେଇବାରେ ବ୍ୟସ୍ତ ରହିଛନ୍ତି । ଏଭଳି ସ୍ଥିତିରେ ମଧ୍ୟ କିଛି ଯୁବକ ନିଜ ସଂସ୍କୃତି ପରମ୍ପରାକୁ ବଜେଇ ରଖିବାକୁ ନିଆରା ଉଦ୍ୟମ କରୁଛନ୍ତି। ଏ ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସଦର ମହକୁମା ରେ।
ବ୍ରହ୍ମ ମାଧ୍ୱ ଗୌଡିୟ ସମ୍ପ୍ରଦାର ଇସ୍କନ ସଂସ୍ଥାରେ ଯୋଡିହୋଇ ଥିବା ଯୁବକଯୁବତୀ ତାଙ୍କ ଜୀବନର ଅଭୁଲା ସୁନ୍ଦର ମୁହୂର୍ତ୍ତଟିକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। କୃଷ୍ଣ ଚେତନାରେ ପରସ୍ପର ବୈଦିକ ରୀତିନୀତି ରେ ବାହା ହୋଇଛନ୍ତି। ଏହି ପରିପେକ୍ଷୀରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ଜଳେଶ୍ୱର ମନ୍ଦିର ପଡ଼ାର ନିବାସୀ  ବିନୋଦ ଚନ୍ଦନ ଓ ଶ୍ରୀମତୀ ଭାଗ୍ୟ ଚନ୍ଦନଙ୍କ ଜ୍ୟୋଷ୍ଠ ପୁତ୍ର ରାମଜୀବନ ପ୍ରିୟ ଦାସ ( ରାକେଶ )ଙ୍କ ପକ୍ଷରୁ ଏକ ବରଯାତ୍ରୀ ଦଳ ମୃଦଙ୍ଗ, କରତାଳି , ଘଣ୍ଟ, ଶଙ୍ଖ ଧ୍ୱନିରେ ହରିନାମ ସଙ୍କୀର୍ତ୍ତନ କରି ନୂଆପଡା ଜିଲ୍ଲା ସଦର ମହକୁମା  ପରିକ୍ରମା କରି ନୂଆପଡା ସହର ସ୍ଥିତ ମନ୍ଦିର ପଡା ନିବାସୀ  ରାଜକୁମାର ବାଗ ଓ ଶ୍ରୀମତୀ ଗୀତାଞ୍ଜଳି ବାଗ ଙ୍କ ମଧ୍ୟମା କନ୍ୟା ପୁଷ୍ପାଞ୍ଜଳି ରାଧିକା ଦେବୀଦାସୀ ( ପୁଷ୍ପା ) ଙ୍କର ଶୁଭ ବିବାହ ଅନୁଷ୍ଠିତ ହୋଇଥିଲା, ଏହି ପବିତ୍ର ବରଯାତ୍ରି କାର୍ଯ୍ୟକ୍ରମ ରେ ବହୁସଂଖ୍ୟାରେ ସାଧୁସନ୍ଥ ଗଣମାନେ ମଧ୍ୟ ଯୋଗ ଦେଇ ବରକନ୍ୟା ଙ୍କୁ ସଫଳ ଦାମ୍ପତ୍ୟ ଜୀବନ ପାଇଁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଏଭଳି ଏକ ନିଆରା ସୁନ୍ଦର ଦୁଶ୍ୟ ଟିକୁ ଦେଖି ସହର ବାସୀଙ୍କ ମନରେ ନିଜ ପରମ୍ପରା ପ୍ରତି ଏକ ପ୍ରୀତିକର ଓ ସମ୍ମାନ ମନୋଭାବ ଜାଗ୍ରତ ହୋଇଥିଲା, ଏହି ନାମ ସଂକୀର୍ତନ ରେ ଆବାଳ ବୃଦ୍ଧ ବନିତା ସମସ୍ତେ ଝୁମି ଉଠିଥିଲେ, ଯାହା ଫଳରେ ନୂଆପଡା ସହରେ ଏକ ପବିତ୍ର ବାତାବରଣ ଖେଳିଯାଇଥିଲା। କନ୍ୟା ଦଳ ପକ୍ଷରୁ  ନୂଆପଡା ଇସ୍କନ ମନ୍ଦିରର ପରିଚାଳକ ପୂଜ୍ୟପାଦ ବ୍ରହ୍ମଚାରୀ ଜଗମୋହନ ଶ୍ୟାମ ଦାସଙ୍କ ନେତୃତ୍ୱରେ ଭକ୍ତମାନେ ବିଭିନ୍ନ ସୁସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଭଗବାନ ଶ୍ରୀ କୃଷ୍ଣଙ୍କ ଠାରେ ଭୋଗ ଅର୍ପଣ କରି, ନିମନ୍ତ୍ରିତ ଶତାଧିକ ଅତିଥିଗଣ ତଥା ବରଯାତ୍ରୀ ଙ୍କ ପାଇଁ ସୁବ୍ୟସ୍ଥିତ ଭାବରେ ମହାପ୍ରସାଦର ଆୟୋଜନ କରିଥିଲେ । ଶାନ୍ତି ଶୁଙ୍ଖଳାରେ ଏହି ଭଳି ବୈଦିକ ବିବାହ ସମ୍ପନ୍ନ ହୋଇଥିଲା, ଏହି ବାହାଘର ବର୍ତମାନ ସହର ବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ ଜଗତ ଗୁରୁ ଭକ୍ତିବେଦାନ୍ତ ସ୍ୱାମୀ ଶ୍ରୀଲ ପ୍ରଭୁପାଦଙ୍କର ପଦାଙ୍କ ଅନୁସରଣ କରି, ଆଜିବି ଦେଶ ବିଦେଶରେ ଆଧୁନିକତାକୁ ବାଦ ଦେଇ ବୈଦିକ ରୀତିରେ ବହୁ ସଂଖ୍ୟାରେ ଯୁବକ ଯୁବତୀ ବିବାହ କରୁଛନ୍ତି, ଯାହାକି ଆଜି ନୂଆପଡା ସହରରେ ପ୍ରଥମ  କରି ଏହାର ଝଲକ ଦେଖିବାକୁ ମିଳିଛି, ଏହି ଭଳି ବିବାହ ମାଙ୍ଗଳିକ କର୍ମରେ ନିରୀହ ପଶୁ ହତ୍ୟା ଓ ମାଦକ ଦ୍ରବ୍ୟ ବାରଣ କରିବାକୁ ଇସ୍କନ ସମାଜକୁ ଦିଗଦର୍ଶନ ଦେଉଛି ।
Govt
Leave A Reply