ଭୁବନେଶ୍ୱର (Suvendra Pattanaik) : ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ‘ସୁଭଦ୍ରା’ଯୋଜନାରେ ମହିଳା ହିତାଧିକାରୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କାର୍ୟ୍ୟାନ୍ୱୟନ ସମ୍ପର୍କିତ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ଶନିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ ଏବଂ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିବା ବେଳେ ସମସ୍ତ ଜିଲ୍ଲାପାଳ ଓ ମୁନିସିପାଲ କମିଶନର ମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ । ଏହି ସମୀକ୍ଷା ବୈଠକରେ ‘ସୁଭଦ୍ରା’ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।
ସମସ୍ତଜିଲ୍ଲାରେ କ୍ଷେତ୍ରୀୟ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ଆଗାମୀ ୨୩ଫେବୃଆରୀ ୨୦୨୫ସୁଦ୍ଧା ଏହାକୁ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜିଲ୍ଲା ଓ ମହାନଗର ନିଗମ ଫେବୃୟାରୀ ୧୯ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଥିବା କ୍ଷେତ୍ରୀୟ ତଦନ୍ତର ଅସ୍ଥାୟୀ ତାଲିକାପ୍ରକାଶ କରିବେ । ଏହାସହ ନିୟମିତ ଭାବେ କ୍ଷେତ୍ରୀୟ ତଦନ୍ତ ସଂପର୍କିତ ଅସ୍ଥାୟୀ ତାଲିକାକୁ ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ଗୁଡିକୁ କ୍ଷେତ୍ରୀୟ ଅଧିକାରୀ ତଥା କର୍ମଚାରୀ ମାନଙ୍କୁ ସାମିଲ କରି ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ୟ୍ୟ କଳାପକୁ ଅଧିକ ତ୍ୱରାନ୍ୱିତ କରି ସମସ୍ତ ସୁଭଦ୍ରା ଆବେଦନକାରୀଙ୍କୁ ସେମାନଙ୍କର ଇ-କେଓ୍ୱାଇସି ପ୍ରକ୍ରିୟା ଶେଷ କରିବା, ସେମାନଙ୍କର ବ୍ୟାଙ୍କ ଖାତାକୁ ସିଧାସଳଖ ଦେୟ ହସ୍ତାନ୍ତର ଯୋଗ୍ୟ ( ଡିବିଟି ସକ୍ଷମ ) କରାଇବା ପାଇଁ ସଚେତନ ଓ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଯୋଗ୍ୟ ଯେ ଅନ୍ତର୍ଜାତୀୟମହିଳାଦିବସଅବସରରେମାର୍ଚ୍ଚ୮ତାରିଖରେଦ୍ଵିତୀୟକିସ୍ତିବଣ୍ଟନପାଇଁରାଜ୍ୟସରକାରପ୍ରସ୍ତୁତହେଉଥିବାବେଳେସମଗ୍ରଓଡ଼ିଶାରେ‘ସୁଭଦ୍ରା’ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ମହିଳା ମାନଙ୍କୁ ନିରବଚ୍ଛିନ୍ନ ଚିହ୍ନଟ କରି ସେମାନଙ୍କ ସଶକ୍ତୀ କରଣ ପାଇଁ ନିରନ୍ତର ପ୍ରୟାସଜାରି ରହିଛି ।