ମାଘ ମାସର ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ, ଏହିଦିନ ବ୍ରହ୍ମା ବାକଦେବୀ ମା ସରସ୍ବତୀ ଙ୍କୁ ଜାତ କରିଥିଲେ ଏବଂ ତାଙ୍କ ଏହି ସଂସାରରର ପ୍ରତ୍ୟେକ ଯିବ ମଧ୍ୟରେ ସ୍ୱର ଦେବା ପାଇଁ ଅନୁରୋଧ କରିଥିଲେ l କାହିଁକିନା ଏହା ପୂର୍ବରୁ ସମ୍ପୂର୍ଣ ସୃଷ୍ଟି ନିସ୍ତବ୍ଦ ଥିଲା ଓ ବାକ ଶୂନ୍ୟ ଥିଲା l ଏବଂ ଏହିଦିନରୁ ବସନ୍ତ ଋତୁର ଆଗମନ ହୋଇଥାଏ l ଚଳିତ ବର୍ଷ ବସନ୍ତ ପଞ୍ଚମୀ ଫେବୃଆରୀ ୨ ତାରିଖରେ ପାଳିତ ହେବ l
ଏହିଦିନ ଛାତ୍ରଛାତ୍ରୀ ମାନେ ବିଦ୍ୟା ଦାତ୍ରୀ ମା ସରସ୍ବତୀ ଙ୍କୁ ଜ୍ଞାନ, କଳା ଓ ସଂଗୀତ ପାଇଁ ପୂଜାର୍ଚନା କରି ଥାଆନ୍ତି l ବସନ୍ତ ପଞ୍ଚମୀ ଦିନ ହଳଦିଆ ରଙ୍ଗର ଖୁବ ମହତ୍ୱ ରହିଥାଏ l ବସନ୍ତ ପଞ୍ଚମୀ ଦିନ ବିଦ୍ୟା ଆରମ୍ଭ କିମ୍ବା କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ର ଖୁବ ଭଲ ସମୟ ଅଟେ l
ବସନ୍ତ ପଞ୍ଚମୀ ପାଇଁ ଶୁଭ ସମୟ ଫେବୃଆରୀ ୨ତାରିଖ ସକାଳ ୭ଟା ୯ମିନିଟ ରେ ଆରମ୍ଭ ହେବ l ଏବଂ ଏହି ତିଥିର ସମାପନ ଫେବୃଆରୀ ୩ତାରିଖ ୬ ଟା ୫୨ ମିନିଟ ରେ ସମାପନ ହୋଇଯିବ l କିନ୍ତୁ ୨ତାରିଖ ଦିନ ବସନ୍ତପଞ୍ଚମୀ ପାଳିତ ହେବ l
ଶୁଭ ଯୋଗ –
– ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଫେବୃଆରୀ ୨ତାରିଖ ଦିନ ଉତରାଭାଦ୍ରପଦ ନକ୍ଷତ୍ରର ନିର୍ମାଣ ହେବ , ଯାହା ଉପରେ ଶିବ ଓ ସିଦ୍ଧି ଯୋଗର ସଂଯୋଗ ରହିବ l ଏହି ତିଥିରେ ସୂର୍ଯ୍ୟ ମକର ରାଶିରେ ରହିବେ l ଏହିସମୟରେ ଅଭିଜିତ ମୁହୂର୍ତ ରହିବ l
– ସରସ୍ବତୀ ପୂଜା ଦିନ ମାତା ସରସ୍ବତୀ ଙ୍କୁ ହଳଦିଆ ବସ୍ତ୍ର ସମର୍ପଣ କରିବେ , ଏହାଦ୍ୱାରା ଜିବନର ବିଭିନ୍ନ କଷ୍ଟ ଦୂର ହେବ, ଏବଂ ହଳଦିଆ ପୁଷ୍ପ ମଧ୍ୟ ଅର୍ପଣ କରିବା ଜରୁରୀ, ଯାହା ଆମ ଜୀବନ ରେ ସମୃଦ୍ଧି ଆଣିବ l
– ଶ୍ରୀପଞ୍ଚମୀ ଦିନ ହଳଦିଆ ରଙ୍ଗର ମୁରୁଜ ରେ ମୁରୁଜ ପକାଇବା ଜରୁରୀ ଅଟେ, ଏବଂ ହଳଦୀ, ତୁଳସୀ, ରକ୍ଷା ସୂତ୍ର, ଚନ୍ଦନ, ଅକ୍ଷତ, ଦୁବ, ଗଙ୍ଗାଜଳ ରଖିବା ଖୁବ ଜରୁରୀ ଅଟେ l ମା ସରସ୍ୱତୀ ଙ୍କୁ ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ l