Odisha news

ଭୁବନେଶ୍ୱରରେ ସ୍ୱତନ୍ତ୍ର ବିଶ୍ୱସ୍ତରୀୟ ଫର୍ଟିଲିଟି ସେଂଟର ୯ଏମ ଫର୍ଟିଲିଟିର ଶୁଭାରମ୍ଭ

0

ଭୁବନେଶ୍ୱର: ବନ୍ଧ୍ୟାତ୍ୱ ସେବା ପାଇଁ ଏକ ଅତ୍ୟାଧୁନିକ ଓ ସ୍ୱତନ୍ତ୍ର ସୁବିଧା ୯ ଏମ ଫର୍ଟିଲିଟି ବର୍ତମାନ ଭୁବନେଶ୍ୱରରେ ଖୋଲାଯାଇଛି । ବ୍ୟାପକ ପ୍ରଜନନ ଯତ୍ନ ପ୍ରଦାନ କରିବା, ଆଶାୟୀ ପିତିମାତାଙ୍କ ବିବିଧ ଆବଶ୍ୟକତାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପୂରଣ କରିବା ହେଉଛି ଉତ୍କ ପ୍ରତିଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ । ୯ ଏମ ଫର୍ଟିଲିଟି ହେଉଛି ମହିଳା ଏବଂ ଶିଶୁ ମାନଙ୍କ ପାଇଁ ସାମଗ୍ରିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍କୁରା ହସପିଟାଲ ଫର ଓମେନ ଆଣ୍ଡ ଚିଲଡ୍ରେନ ର ଏକ ସ୍ୱତନ୍ତ୍ର ଡ଼ିଭିଜନ ।

ଏହି ଅବସରରେ ଅଙ୍କୁରା ହସପିଟାଲର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ, ଡ଼ାକ୍ତର କୃଷ୍ଟ ପ୍ରସାଦ ରାଓ ଭୁନମ୍ କହିଛନ୍ତିଯେ,“ପ୍ରଜନନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମର ଦକ୍ଷତା ସହିତ ଅତ୍ୟାଧୁନିକ ଜ୍ଞାନକୌଶଳକୁ ମିଶାଇ ପ୍ରଜନନ ଚିକିତ୍ସାରେ ନୂତନ ମାନଦଣ୍ଡ ସ୍ଥାପିତ କରିବା ଏବଂ ଭୁବନେଶ୍ୱର ତଥା ବାହାରେ ବିଶ୍ୱସ୍ତରୀୟ ସେବାକୁ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖାଯାଇଛି । ଆମେ ସମସ୍ତେ ମିଶି ଅଗଣିତ ପରିବାରରେ ଆଶା ଓ ଖୁସି ଆଣିବା ପାଇଁ ପ୍ରୟାସ ଜାରି ରଖିଛୁ ।”

ଉକ୍ତ ଅନୁଷ୍ଠାନରେ ଗର୍ଭାବସ୍ତାରେ ବିଳମ୍ବ କରିବାକୁ ଚାହୁଁଥିବା ସମ୍ପତିଙ୍କ ପାଇଁ ପ୍ରଜନନ ସଂରକ୍ଷଣ ବିକଳ୍ପ, ଶୁକ୍ରାଣୁ ଏବଂ ଅଣ୍ଡାର ଭିଟ୍ରିଫିକେଶନର ଉନ୍ନତ ବିକଳ୍ପ ଏବଂ ଭ୍ରୁଣରେ କ୍ରୋମୋଜାମାଲ ଅସ୍ୱାଭାବିକତା ଚିହ୍ନଟ ପାଇଁ ପ୍ରିଜେନଟିଭ୍ ପରୀକ୍ଷାଭଳି ଏକାଧିକ ଚିକିତ୍ସା ବିକଳ୍ପ ମଧ୍ୟ ରହିଛି । ଏହା ବ୍ୟତୀତ ଆଇଭିଏଫ ସମେତ ଅନ୍ୟ ସମସ୍ତ ପ୍ରକାରର ବନ୍ଧ୍ୟାତ୍ୱ ସେବା ଉକ୍ତ ସେଂଟରରେ ପ୍ରଦାନ କରାଯାଇଥାଏ । ପ୍ରଜନନ ପରୀକ୍ଷା, ଅଣ୍ଡାଦାନ ଏବଂ ସରୋଗେସି ବିକଳ୍ପ ଭଳି ସେବାର ଉପଲବ୍ଧ ୯ଏମ ଫର୍ଟିଲିଟିକୁ ଏକ ସ୍ୱତନ୍ତ୍ର ୱାନଷ୍ଟପ ସଲ୍ୟୁସନରେ ପରିଶତ କରିପାରିଛି ।ଯେହେତୁ ବନ୍ଧ୍ୟାତ୍ୱର ପ୍ରତ୍ୟେକ ମାମଲା ଅନନ୍ୟ ଅଟେ, ତେଣୁ ପ୍ରତ୍ୟେକ ଦମ୍ପତିଙ୍କ ପାଇଁ ଚିକିତ୍ସା କଷ୍ଟମାଇଜ କରାଯାଇଛି ଏବଂ ଆବଶ୍ୟକ ପଡ଼ିଲେ ଦମ୍ପତିଙ୍କୁ ସଫଳତାର ସହ ଗର୍ଭଧାରଣ କରିବାରେ ସାହାଯ୍ୟ କରିବା ପାଇଁ ଚିକିତ୍ସାର ଏକ ମିଶ୍ରଣ ନିୟୋଜିତ କରାଯାଏବୋଲି ଡ଼ାକ୍ତର ସୈମ୍ୟ ଦାଶ ଏବଂ ପି କେ ଆଚାର୍ଯ୍ୟ କହିଛନ୍ତି ।

Govt
Leave A Reply