Odisha news

ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

0
ନୂଆପଡା -୫/୧୧ (ସୁରେନ୍ଦ୍ର ତିୱାରୀ)  ନୂଆପଡ଼ା ସଦଭାବନା ସଭା ଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଓ  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର ଙ୍କ ମିଳିତ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ  ଶିବିରରେ  ଅଭିଯୋଗକାରୀଙ୍କ ପାଇଁ ସ୍ବତନ୍ତ୍ର ବସିବା ଯାଗା , ଛାୟା ଓ ପିଇବା ପାଣି ସୁବିଧା କରାଯାଇଥିଲା । ଆଜି ଶିବିରରେ ମୋଟ ୯୯ ଟି ଅଭିଯୋଗ ରୁ ୭୯ ଟି ବ୍ୟକ୍ତିଗତ ଓ ୨୦ ଟି ଗୋଷ୍ଠିଗତ ଅଭିଯୋଗ ଶୁଣାଣି ପ୍ରଶାସନ କରିଛନ୍ତି। ଏହି ସବୁ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଭିନ୍ନକ୍ଷମ ୟାଦ ରାମ ସାହୁଙ୍କୁ ତତ୍କାଳୀନ ପାଞ୍ଚ ହଜାର ଟଙ୍କା ସହାୟତା ରେଡ୍ କ୍ରସରୁ ଯୋଗାଇ ଦିଆ ଯାଇଥିଲା l  ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ , ବନଖଣ୍ଡ ଅଧିକାରୀ ଅଜିଜ ଖାନ, ମହାଦେବ ବଡାଇକ, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଧରଣୀଧର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ l ବିଡ଼ିଓ ଶରତ ଭୋଇ, ତହସିଲଦାର ପୁଷ୍ପାଞ୍ଜଳୀ ଦଣ୍ଡପାଟ, ଡେପୁଟି କଲେକ୍ଟର ଆଲୋକ କୁମାର ଅନୁଗୁଳିଆ, ଶେଖ୍ ନସିମ  ଶିବିର ପରିଚାଳନାରେ ସହଯୋଗ କରିଥିଲେ l ଏଠାରେ  ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ,  ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ,  ବ୍ଲକ ସ୍ତରୀୟ ଅଧିକାରୀ ଏବଂ  କର୍ମଚାରୀ ଉପସ୍ଥିତ ଥିଲେ।  ଏହି ଅବସରରେ ଅଭିଯୋଗ ଶିବିର ପରିସରରେ ଏକ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ର ଆୟୋଜନ ହୋଇଥିଲା l ସେହିପରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଗୋଟିଏ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l
Leave A Reply