Odisha news

ଧବଳେଶ୍ଵର ରେ ଶ୍ରାବଣ ଜଳଲାଗି ପାଇଁ   ପ୍ରସ୍ତୁତି ବୈଠକ।

0
ଆଠଗଡ଼ ତା ୧୮.୦୭.୨୦୨୪ ଆସନ୍ତା ୨୨ ତାରିଖ ଦିନ  ଶ୍ରାବଣ ମାସ ପ୍ରଥମ ସୋମବାର।ଶ୍ରାବଣ ମାସରେ ବାବା ଧବଳେଶ୍ଵର ଙ୍କୁ ଜଳଲାଗି କରିବାକୁ ପ୍ରତ୍ୟେକ ସୋମବାର ପୀଠରେ ହଜାର ହଜାର କାଉଡ଼ିଆ ଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ଗୁରୁବାର ଦିନ  ୧୧ଘଟିକା ସମୟରେ ବାବା ଧବଳେଶ୍ୱରଙ୍କ ପୀଠରେ ଏ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଠଗଡ଼ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ତହସିଲଦାର ଶ୍ରୀ କ୍ଷେତ୍ରମୋହନ ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକରେ  ମନ୍ଦିରକୁ କାଉଡ଼ିଆ ମାନେ ପ୍ଲାଷ୍ଟିକ ଜିନିଷ  ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହି ଅବସରରେ ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କ, ସୁରକ୍ଷା ଏବଂ ସୁବିଧା ପାଇଁ ପାନୀୟଜଳ , ସ୍ୱାସ୍ଥ୍ୟ, ଆଲୋକୀକରଣ,ଆଇନ ଶୃଙ୍ଖଳା ବ୍ୟବସ୍ଥା, ଅଗ୍ନିଶମ ସେବା, ବିଦ୍ୟୁତ ସରବରାହ  ଏବଂ ପରିମଳ ଉପରେ ତହସିଲଦାର ଶ୍ରୀ ସ୍ବାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତଦ ସମ୍ବନ୍ଧୀୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି  । ଜଳଲାଗି ପାଇଁ ଆସୁଥିବା ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କୁ ମାଟି , ତମ୍ବା   କିମ୍ବା ପିତଳ ଗଡୁ ରେ  ଜଳ ଆଣିବା ଏବଂ  ବ୍ୟାରିକେଡରେ ଧାଡି ବାନ୍ଧି ଶୃଙ୍ଖଳିତ ଭାବରେ ଜଳ ଲାଗି ନିମନ୍ତେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା । ଉକ୍ତ ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ  ଦେବୋତ୍ତର ସୁପରଭାଇଜର ଶ୍ରୀ ଭବାନୀ ଶଙ୍କର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
Nalco
Leave A Reply