Odisha news

ଜେମାଦେଇପେଣ୍ଠର ତାଲା ବନ୍ଦ ଘରୁ ଚୋରି ଘଟଣା, ଜଣେ ଗିରଫ

0
ବ୍ରହ୍ମପୁର,୧୮।୭: ବଡବଜାର ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ରାଧାକୃଷ୍ଣ ମନ୍ଦିର ନିକଟରୁ ଏକ ତାଲା ବନ୍ଦ ଘରୁ ବଡ ଧରଣର ଚୋରି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ା ହେଲେ ବଡବଜାର ଅଞ୍ଚଳର ସୁଦର୍ଶନ ସାହୁ(୩୬) ା ପୁଲିସ ଅଭିଯୁକ୍ତ ସୁଦର୍ଶନ ନିକଟରେ କିଛି ସୁନା ଅଳଙ୍କାର ଓ କିଛି ରୂପା ଅଳଙ୍କାର ସହ ନଗଦ ୧୫୦୦ ଟଙ୍କା ଜବତ କରିଛି ା ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିବାକୁ ପୁଲିସ ପକ୍ଷରୁ ଚେଷ୍ଟା ଜାରି ରହିଛି ା ପ୍ରକାଶଥାଉକି, ଗତ ୧୩ ତାରିଖ ରାତିରେ ରାଧାକୃଷ୍ଣ ମନ୍ଦିର ନିକଟରେ ରହୁଥିବା ମନୋଜ କୁମାର ପାଢୀ ଓ ତାଙ୍କ ପରିବାର ଲୋକେ ପୁରୀ ରଥାଯାତ୍ରା ଦେଖିବାକୁ ଯାଇଥିଲେ ା‌ ଘରେ କେହି ନଥିବା ବେଳେ ତାଲା ପଡିଥିଲା ା ଏହାର  ସୁଯୋଗ ନେଇ ଅଭିଯୁକ୍ତ ସୁଦର୍ଶନଙ୍କ ସମେତ ଅନ୍ୟ ୨ଜଣ ମହିଳା ଓ ଜଣେ ପୁରୁଷ ମନୋଜଙ୍କ ଘରର ତାଲା ଭାଙ୍ଗି ଭିତରକୁ ପଶିଥିଲେ ା ଘର ଭିତରେ ଥିବା ଆଲମୀରା ଭାଙ୍ଗି ତା’ ଭିତରେ ଥିବା ନଗଦ ଲକ୍ଷାଧିକ ଟଙ୍କା, ଦୁଇଟି ସୁନା ଚେନ, ୪ଟି ସୁନା ବିସ୍କୁଟ, ଆଠ ହଳ ସୁନା କାନର, ୨୦୦ଟି ରୂପା ମୂଦ୍ରା ଚୋରି କରି ନେଇଯାଇଥିଲେ ା ଏହାପର ଦିନ ସକାଳୁ ମନୋଜଙ୍କ ଭଣଜା  ନାରାୟଣ ନାହାକ ସେହି ସାହିର ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିବା ବେଳେ ମନୋଜଙ୍କ ଘରର ଗ୍ରୀଲ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ ା ଏନେଇ ସେ ମନୋଜଙ୍କୁ ଜଣାଇବା ସହ ବଡବଜାର ଥାନା ପୁଲିସକୁ ଖବର ଦେଇଥିଲେ ା ସେହିପରି ମନୋଜଙ୍କ ସାହିପଡିଶା ଲୋକଙ୍କୁ ଡାକି ଘର ଭିତରକୁ ଯିବାପରେ ଘର ଭିତରର ଲାଇଟ ଓ ଫ୍ୟାନ ଜଳୁଥିବା ବେଳେ ଆଲମୀରା ଓ କାନ୍ଥ ଆଲମୀରା ଭଙ୍ଗାଯାଇ ବିଭିନ୍ନ ସାମଗ୍ରୀ ଏଣେତେଣେ ହୋଇ ତଳେ ପଡିଥିବା ଦେଖିଥିଲେ ା କିଛି ସମୟ ପରେ ପୁଲିସ ପହଞ୍ଚି ତଦନ୍ତ କରିଥିଲା ା ମନୋଜଙ୍କ ଭଣଜାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା(ନଂ-୨୪୩/୨୪)  ରୁଜୁ କରି ତଦନ୍ତ କରିଥିଲା ା ତଦନ୍ତ ବେଳେ ଅଭିଯୁକ୍ତ ସୁଦର୍ଶନକୁ ସନ୍ଦେହରେ ଉଠାଇ ଆଣି ପଚରାଉଚରା ବେଳେ ସେ ଓ ତାଙ୍କ ସହଯୋଗୀ ମିଶି ଉକ୍ତ ଘରୁ ଚୋରି କରିଥିବା ଜଣାପଡିଥିଲା ା ଅଭିଯୁକ୍ତ ସୁଦର୍ଶନଙ୍କୁ ଆଜି ଗିରଫ ପରେ ଅଦାଲତ ଚାଲାଣ କରାଯାଇଥିବା ସୂଚନା ମିଳିଛି
Nalco
Leave A Reply