Odisha news

ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ

0
ସାଲେପୁର : ଚୁଲି ନିଆଁ ରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି।ଏ ଭଳି ଦୁଖଃଦ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଓଡାସିଂ ପଞ୍ଚାୟତର ଧନୁପଡା ଗ୍ରାମର ପ୍ରଶାନ୍ତ କୁମାର ପରିଜାଙ୍କ ଘରେ ଚୁଲିରେ ରୋଷେଇ ହୋଉଥିବା ସମୟରେ ହଟାତ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଘର ସାରା ନିଆଁ  ବ୍ୟାପି ଗଲା।ଯାହା ଫଳରେ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ସହ ବର୍ଷକର ଅମଳ କରି ଗଛିତ ରଖିଥିବା ଧାନ,ମୁଗ, ବିରି ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ପୋଡି ପାଉଁଶ ହୋଇ ଯାଇଛି।ଦମକଳ ଗାଡି ପହଞ୍ଚି ଗ୍ରାମବାସୀଙ୍କ ସହିତ ନିଆଁକୁ ଆୟତ୍ତ କରିଥିଲେ
Nalco
Leave A Reply