ସାଲେପୁର : ସାଲେପୁର ବ୍ଲକ ଚନ୍ଦ୍ରାଦେଇପୁର ପଞ୍ଚାୟତରେ ଆଜି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ୪୬ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ନମିତା ସେଠୀଙ୍କ ନେତୃତ୍ୱରେ ଓ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହିଳା ବିଜୁ ଜନତା ଦଳର ମାଆ ମାନଙ୍କ ସହଯୋଗରେ ପଞ୍ଚାୟତର ଏକ ନମ୍ବର, ଦୁଇ ନମ୍ବର ଓ ତିନି ନମ୍ବର ୱାର୍ଡର ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ଘରକୁ ଘର ବୁଲି ନବୀନ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଲୋକ ମାନଙ୍କୁ ବୁଝାଇ ଥିଲେ। ଏହା ସହିତ ସମସ୍ତଙ୍କ ଘରେ ଶଙ୍ଖ ଚିହ୍ନ ଥିବା ପୋଷ୍ଟର ଲଗାଇଥିଲେ l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ନବକିଶୋର କର,ନାରୀନେତ୍ରୀ ପୁଷ୍ପଲତା କର, ସଂଯୁକ୍ତା ଭୂୟାଁ, ରେଣୁକା ଜେନା, ସୌମ୍ୟ ରଞ୍ଜନ ମଲ୍ଲ, ଅଶ୍ୱିନୀ କୁମାର ଭୂୟାଁ,ଶ୍ୟାମ ସୁନ୍ଦର ତ୍ରିପାଠୀ,ହେମଲତା ସାହୁ, ଅନ୍ନପୂର୍ଣ୍ଣା ରଣା, ସବିତା ସାହୁ,ପ୍ରତିମା ଜେନା, ଅନ୍ନପୂର୍ଣ୍ଣା ମଲ୍ଲିକ,ମାମୁନି ବିଶ୍ୱାଳଙ୍କ ସମେତ ବହୁ ଯୁବ ଓ ମହିଳା କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ
