ନୂଆଦିଲ୍ଲୀ : ଆଜିର ସବୁଠୁ ବଡ଼ କ୍ରେଜ ହେଉଛି ସୋସିଆଲ ମିଡ଼ିଆ, ଯେଉଁଠି ଛୋଟ ପିଲାଠାରୁ ନେଇ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଘଣ୍ଟା ଘଣ୍ଟା ସମୟ ଅତିବାହିତ କରି ଥାଆନ୍ତି l ଏବଂ ଏହି ସୋସିଆଲ ମିଡ଼ିଆ ରେ ନିଜର ନାଁ କମାଇବା ପାଇଁ ମଧ୍ୟ କଠିନ ପରିଶ୍ରମ କରିଥାଆନ୍ତି l କିନ୍ତୁ ଗୋଟିଏ କୁକୁର ଖେଳି ବୁଲି ଖୁବ ସହଜ ରେ ନିଜର ନାମ କୁ ପ୍ରସିଧ କରିସାରିଛି l ଆପଣ ଏହାକୁ କୁକୁର ଟିର ଭାଗ୍ୟ କହିପାରନ୍ତି କିମ୍ବା ଆଉକିଛି , ସେହି କୁକୁରଟି କେବଳ ଗୋଟିଏ ଭଲ ଜୀବନ ବଂଚୁ ନାହିଁ ବରଂ ଗୋଟିଏ ରାଜକୀୟ ଜୀବନ ଅତିବାହିତ କରୁଛି l
ସାଧାରଣ ଭାବରେ ସୋସିଆଲ ମିଡିଆରେ ଫଲୋଅର୍ଶ ପାଇବା ପାଇଁ ଲୋକେ କଣ ବା ନକରୁଛନ୍ତି, କିନ୍ତୁ ଏହି ଛୋଟିଆ କୁକୁର ଟି ନିଜ ଫଲୋଅର୍ଶ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି l କୁକୁରଟି ବିଦେଶ ଯାତ୍ରା କରିଥାଏ ଏବଂ ସେଠାରେ ପଞ୍ଚ ତାରକା ବିଶିଷ୍ଟ ହୋଟେଲ ମଧ୍ୟ ରହିଥାଏ l କାନାଡ଼ା ର ଟରୋଣ୍ଟ ରହୁଥିବା ବାଓ ନାମକ କୁକୁର ଟି କୌଣସି ସୋସିଆଲ ମିଡ଼ିଆ ଷ୍ଟର୍ସ ଠାରୁ କମ ନୁହେଁ l ୩ବର୍ଷ ର ଚୀନହୁଆ ବ୍ରିଡ଼ ର ଏହି କୁକୁର ଟି ରାଜକୀୟ ଠାଣି ରେ ନିଜର ଜୀବନ ଅତିବାହିତ କରୁଛି l
ବାଓ ନିକଟରେ ଗୋଟିଏ ୨ଲକ୍ଷ ଟଙ୍କାର ପୋଷାକ ଓ ପ୍ରସାଧନ ସାମଗ୍ରୀ ରଖିବାର ଆଲମିରା ରହିଛି, ବାଓ ସଜବାଜ ହୋଇ ଫଟୋ ଉଠାଇବାକୁ ଖୁବ ପସନ୍ଦ କରିଥାଏ l ଏବଂ ତାର ଫଲୋଅର୍ଶ ମାନେ ତାର ଷ୍ଟାଇଲ କୁ ଦେଖିବା ପାଇଁ ତାକୁ ଇନ୍ସlଗ୍ରାମ ରେ ଫଲୋ ମଧ୍ୟ କରନ୍ତି l ବାଓ ର ମାଲିକାଣି ତାକୁ କରୋନା ମହାମାରୀ ସମୟରେ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ l ସେ ବାଓ କୁ ନିଜ ସନ୍ତାନ ଭଳି ଭଲ ପାଇ ଥାଆନ୍ତି l ଏବଂ ତାକୁ ନେଇ ଫ୍ରାନ୍ସ, ମେକ୍ସିକୋ, ଅଲର୍ବାଟା ଭଳି ସ୍ଥାନକୁ ମଧ୍ୟ ଯାଇଛନ୍ତି l ବାଓ ବ୍ରାଣ୍ଡେଡ କମ୍ପାନୀ ର ପୋଷାକ ପରିଧାନ କରିଥାଏ l ଏବଂ ତାର ମାଲିକାଣି ଙ୍କ ସହିତ ତାର ପୋଷାକ ମ୍ୟାଚିଙ୍ଗ ମଧ୍ୟ କରିଥାଏ l ତାର ମାଲିକାଣି ଙ୍କ ନାମ ହେଉଛି ଯା ଥି ଟ୍ରାନ l ଟ୍ରାନ ଯେତେ ବେଳେ ଇନ୍ସଟାଗ୍ରାମ ଆକାଉଣ୍ଟ କରିଥିଲେ ସେତେବେଳେ ତାକୁ ଲୋକେ ଏତେ ପସନ୍ଦ କରିଥିଲେ ଯେ ଯାହା ବାଓ ସହିତ ତାଙ୍କୁ ପ୍ରସିଦ୍ଧ କରି ଦେଇଥିଲା l