Odisha news

ବିଦ୍ୟୁତ ଖୁଣ୍ଟ ସହିତ ବାଇକ ଧକ୍କା ଚାଳକ ଗୁରୁତର ଭାବେ ବୈଶିଙ୍ଗାରୁ ବାଲେଶ୍ଵର ସ୍ଥାନାନ୍ତର ବେଳେ କଳମା ଠାରେ ମୃତ

0
ବେତନଟୀ : ଆଜି ମଧ୍ୟାହ୍ନରେ ବୈଶିଙ୍ଗା ଥାନା ଅନ୍ତର୍ଗତ ପଣସିଆ-ଅଁଳା ରାସ୍ତାର ତେନ୍ତୁଳିଗାଁ ନିକଟରେ ଜନୈକ ବାଇକ ଆରୋହୀ ଦୃତ ଗତିରେ ଯାଇ ଏକ ବିଦ୍ୟୁତ ଖୁଣ୍ଟି ରେ ପିଟି ହୋଇ ରାସ୍ତାରେ ମୁମୁର୍ଷୁ ଅବସ୍ଥାରେ ପତି ରହିଥିବା ବେଳେ ବୈଶିଙ୍ଗା ବିଦ୍ୟୁତ ବିଭାଗର ମୋବାଇଲ ଗାତି ତାଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ବୈଶିଙ୍ଗା ରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ୧୦୮ ଯୋଗେ ବାଲେଶ୍ଵର ଜିଲ୍ଲା ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା। ବାଲେଶ୍ୱର ଯାଉଥିବା ବେଳେ କଳମା ଠାରେ ମୃତ ବୋଲି ଜଣା ପଡିଥିଲେ ମଧ୍ୟ ବାଲେଶ୍ଵର ନିଆ ଯିବା ପରେ ସେଠାରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।ମୃତକ ଜଣକ ହେଲେ ବେଲଡିହା ଗ୍ରାମର ମଙ୍ଗଲ ମହାନ୍ତ ଙ୍କ ପୁତ୍ର କ୍ଷେତ୍ରମୋହନ ମହାନ୍ତ (୪୫) ବୋଲି ଜଣାଯାଇଛି। ମୃତକ କ୍ଷେତ୍ରମୋହନ ନିଜ ବାଇକରେ ଦୃତ ଗତିରେ ଯାଉ ଥିବା ବେଳେ ବାଙ୍କ ରାସ୍ତାରେ ତେନ୍ତୁଳି ଗାଁ ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟି ରେ ପିଟି ଯାଇଥିଲା। ଦୀର୍ଘ ସମୟ ରାସ୍ତା ପାର୍ଶ୍ଵରେ ପଡି ରହିଥିବା ବେଳେ ବହୁତ ରକ୍ତସ୍ରାବ ହୋଇ ଯାଇଥିଲା।ବୈଶିଙ୍ଗା ବିଦ୍ୟୁତ ବିଭାଗର ଜୁନିଅର ମ୍ୟାନେଜର ପ୍ରଶାନ୍ତ ନାଏକ, ଲାଇନ ମ୍ୟାନ ଜ୍ୟୋତିଲାଲ ବିଶ୍ଵାଳ ଓ ଅନ୍ୟ କର୍ମଚାରୀ ମୋବାଇଲ ଭ୍ୟାନରେ ବୈଶିଙ୍ଗା ଡାକ୍ତରଖାନା ପହଞ୍ଚାଇ ଥିଲେ। ବାଲେଶ୍ଵର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ନିଜ ଗ୍ରାମ ବେଲଡିହା କୁ ଅଣାଯାଇ ଶବ ଶତ୍କାର କରାଯାଇ ଥିଲା।ଏ ନେଇ ବୈଶିଙ୍ଗା ଥାନାରେ ଏକ ମାମଲା ରୁଜୁ୍ ହୋଇଥିବା ଜଣାଯାଇଛି। ଏଥି ସହିତ ଦୁର୍ଘଟଣା ଗ୍ରସ୍ତ ବାଇକ ଟିକୁ ମଧ୍ୟ ଜବତ କରିଛି।
Leave A Reply