ଆନନ୍ଦପୁର : ଯାଜପୁର ଜିଲ୍ଲାରୁ ନରହନ୍ତା ଦନ୍ତାହାତୀ କେନ୍ଦୁଝର ଜିଲ୍ଲା ବରାଙ୍ଗ ସଂରକ୍ଷିତ ଜଙ୍ଗଲ ରେ ପ୍ରବେଶ କରିଥିବାନେଇ ଆନନ୍ଦପୁର ବନବିଭାଗ ପକ୍ଷରୁ ପ୍ସଷ୍ଟ କରାଯାଇଛି। ବରାଙ୍ଗ ଗାଁ ନିକଟ ରେ ହାତୀ ର ପାଦଚିହ୍ନ ଜଣାପଡିବା ପରେ ଲୋକେ ଭୟଭିତ ହୋଇ ପଡିଛନ୍ତି। ବରାଙ୍ଗ ଜଙ୍ଗଲରେ ଦନ୍ତାହାତୀର ପାଦ ଚିହ୍ନ ସ୍ପଷ୍ଟ ବାରି ହୋଇ ପଡିଛି ।ସ୍ଥାନିୟ ଲୋକଙ୍କ ଠାରୁ ଖବର ପାଇ ଆନନ୍ଦପୁର ବନବିଭାଗର ଦୁଇଟି ଟିମ୍ ପହଞ୍ଚି ସ୍ଥିତିର ଅନୁଧ୍ଯାନ କରିବା ସହ ଆଜି ଦିନ ରାତି ତମାମ୍ ବରାଙ୍ଗ ଜଙ୍ଗଲ ଅଞ୍ଚଳରେ ଛାନଭିନ୍ ଜାରି ରଖିଛନ୍ତି ।ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବନ ବିଭାଗ ତୀକ୍ଷଣ ନଜର ରଖାଯାଇଥିବା ଜଣାପଡିଛି । ଆନନ୍ଦପୁର ଡିଏଫଓ ଅଭୟ କୁମାର ଦଳେଇ ଙ୍କ ନିର୍ଦେଶ କ୍ରମେ ଉପବନ୍ୟାଞ୍ଚଳ ଅଧିକାରୀ ନବକିଶୋର ନାୟକ, ବନପାଳ ମଳୟ ସାହୁ, ପରେଷ୍ଟଗାର୍ଡ ଜ୍ୟୋସ୍ନାରାଣୀ ଜେନା, ସାଗରିକା ମୂର୍ମୁ, ଜଙ୍ଗଲ ସୁରକ୍ଷାକର୍ମୀ ହାତୀର ଗତିବିଧି ଉପରେ ଲକ୍ଷ୍ୟ ରଖିଛନ୍ତି ।ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଗ୍ରାମ ଗୁଡିକରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଘରୁ ବାହାରିବା ପାଇଁ ମନା କରାଯାଇଛି ହାତୀ ଦେଖିଲେ ଜଙ୍ଗଲ ବିଭାଗକୁ ଖବର ଦେବାକୁ ସତର୍କ ସୂଚନା ଦିଆଯାଇଛି। ପୁରୁଣା ବାନ୍ଧଗୋଡା, ଅଳତୀ, ଗଁପୁର, ଗଡବାନ୍ଧଗୋଡ଼ା ପଞ୍ଚାୟତ ର ୨୦ ରୁ ଉର୍ଦ୍ଧ ଗ୍ରାମରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବାରୁ ସ୍ଥାନୀୟ ଜନସାଧାରଣ ବହୁତ ଭୟଭୀତ ଅବସ୍ଥା ରେ ରହିଛନ୍ତି। ଜଙ୍ଗଲ ନିକଟସ୍ଥ ଗ୍ରାମର ଲୋକମାନେ ଆଜି ସକାଳୁ ଏକ ପ୍ରକାର ଗୃହ ବନ୍ଦୀ ରହିଛନ୍ତି।