Odisha news

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନବ ଦିବସ ପାଳିତ

0

ବାରିପଦା  : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସ୍ଥାନିୟ ଏମପିକେ ଗାର୍ଲସ ହାଇସ୍କୁଲ ଠାରେ ବିଶ୍ୱ ମାନବ ଦିବସ ପାଳିତ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଅରବିନ୍ଦ ପଟ୍ଟନାୟକ ଯୋଗଦେଇ ଛାତ୍ରୀ ମାନଙ୍କୁ ବିଶ୍ୱ ମାନବ ଦିବସ ବିଷୟରେ ସଂକ୍ଷେପରେ ସୁଚନା ଦେଇଥିଲେ । ତତ୍ସହିତ ପ୍ରାଧିକରଣର ସଭ୍ୟ ପୂର୍ଣ୍ଣେନ୍ଦୁ ଦାସ ଆଜିର ଦିବସର ଗୁରୁତ୍ୱ ତଥା ଛାତ୍ରଛାତ୍ରୀ ମାନଙ୍କ ଅଧିକାର ସମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ପ୍ରାଧିକରଣର ସଚିବ ଶିବାନୀ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କାର୍ଯ୍ୟକାରିଣ ଉପରେ ଆଲୋକପାତ କରିଥିଲେ ତଥା ଛାତ୍ରୀ ମାନଙ୍କୁ ମାନବର ଅଧିକାର ଉପରେ ଗୁରୁତ୍ୱରୋପ କରିଥିଲେ । ସ୍କୁଲର ଶିକ୍ଷକ ଡଃ ଶଶିଧର ବିଶ୍ୱାଳ ଛାତ୍ରୀ ମାନଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ସହ ପ୍ରାଧିକରଣର ପିଏଲଭି ରବିନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏହି ଅବସରରେ ଛାତ୍ରୀ ମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗୀତାରେ ତନୁଶ୍ରୀ ଦାସ, ଚିନ୍ମୟ ସୁଅର ଓ ଆଦ୍ୟାଶା ଦାସ କ୍ରମାଗତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିଲେ ଓ ସେମାନଙ୍କୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଶେଷରେ ଡଃ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରି ଶିବିରକୁ ସାଙ୍ଗ କରିଥିଲେ ।

Leave A Reply