ବାରିପଦା : ମୟୂରଭଞ୍ଜ ଜିଲ୍ଲାର ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଓଡିଶା ମାଧ୍ୟମିକ ସ୍କୁଲ ସଂଘ ଓଷ୍ଟା ତରଫରୁ ନବମ ଶ୍ରେଣୀର ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କର ମେଧା ଅନ୍ୱେଷଣ ପରୀକ୍ଷା ହୋଇଯାଇଅଛି । ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ପଳତା ତତ୍ତ୍ୱାବଧାନରେ ଜିଲ୍ଲାରେ ନଅଟି ପରୀକ୍ଷା କେନ୍ଦ୍ରରେ ଏକ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଦିନ ଏଗାରରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷା ଦିବା ଏକ ଘଟିକାରେ ଶେଷ ହୋଇଥିଲା । ପ୍ରତି ପରୀକ୍ଷା କେନ୍ଦ୍ରରେ ଅଧିକ୍ଷକ ବ୍ୟତୀତ ପର୍ଯ୍ୟବେକ୍ଷକ ଭାବରେ ଜିଲ୍ଲା ଓଷ୍ଟା ସଂଘ ସଭାପତି ସନ୍ତୋଷ କୁମାର କାସ୍ତ, ଯୁଗ୍ମ ସମ୍ପାଦକ ଅତସୀ କୁଣ୍ଡୁ, କାର୍ଯ୍ୟକାରୀ ସଭାପତି ସତ୍ୟବ୍ରତ ମହାପାତ୍ର, ଉପସଭାପତି କୋକିଳ ଚନ୍ଦ୍ର ମହାନ୍ତ, ବିଜୟ କୁମାର ପାଣିଗ୍ରାହୀ, କୋଷାଧ୍ୟକ ସତ୍ୟରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭ୍ୟ ପର୍ଶୁରାମ ମହାନ୍ତ, ସମୀର କୁମାର ମାଈତି ଓ ଲକ୍ଷ୍ମୀଧର କବାଟ ପ୍ରଭୁତି କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ପରୀକ୍ଷାରେ ରାଜ୍ୟରୁ ପ୍ରଥମ ଶହେଟି ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ତିନିହଜାର ଟଙ୍କା ଲେଁଖାଏ ବୃତ୍ତି ରାଶି ଓଷ୍ଟା ତରଫରୁ ପ୍ରଦାନ କରାଯାଇଥାଏ । ଯାହାକି ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଦଶମ ଶ୍ରେଣୀ ପାଠ ପଢିବାରେ ସାହାଯ୍ୟ କରିଥାଏ । ଜିଲ୍ଲାରେ ବାରିପଦାସ୍ଥିତ ଭଞ୍ଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଉଦଳା ବ୍ଲକ ଅନ୍ତର୍ଗତ ଉଦଳା ସରକାରୀ ଉଚ୍ଚ ବିଦ୍ୟାଳୟ, କପ୍ତିପଦା ବ୍ଲକ ଅନ୍ତର୍ଗତ କପ୍ତିପଦା ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ସାହି ଅନ୍ତର୍ଗତ ସ୍ଥିତ ମୂଷାଗଡିଆ ସରକାରୀ ଉଚ୍ଚ ବିଦ୍ୟାଳୟ, ରାସଗୋବିନ୍ଦପୁର ବ୍ଲକ ସ୍ଥିତ ବିନୋଦରାୟ ବିଦ୍ୟାପୀଠ, ମୋରଡା ବ୍ଲକ ସ୍ଥିତ ଜବାହାର ବିଦ୍ୟାପୀଠ, ଚିତ୍ରଡା, ଶୁଳିଆପଦା ବ୍ଲକସ୍ଥିତ ଶୁଲିଆପଦା ସରକାରୀ ଉଚ୍ଚ ବିଦ୍ୟାଳୟ, ବେତନଟୀ ବ୍ଲକ ଅନ୍ତର୍ଗତ ସଠିଲୋ ଉଚ୍ଚ ବିଦ୍ୟାଳୟ ଏବଂ ବାଙ୍ଗରିପୋଷୀ ବ୍ଲକ ସ୍ଥିତ ସରସ୍ୱତୀ ଉଚ୍ଚ ବିଦ୍ୟାଳୟ, ଅଳାଗୁଞ୍ଜା ଆଦି ପରୀକ୍ଷାକେନ୍ଦ୍ରରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଇଥିଲେ । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ସୁପରିଚାଳନା ପାଇଁ ବ୍ଲକ ସମ୍ପାଦକ ମାନେ ସକ୍ରୀୟ ସହଯୋଗ କରିଥିଲେ ।