Odisha news

ମୁନିକଲ୍ୟାଣ ପରିଷଦ ମୁନିଋଷି ସମାଜର ଆନୁକୂଲ୍ୟରେ ଯୋଗେଶ୍ୱର ଶିବମୁନିଙ୍କ ୧୪୦ତମ ଜୟନ୍ତି ପାଳିତ

0

ବାରିପଦା  : ଭଞ୍ଜପୁର ସ୍ଥିତ ଶିବମୁନି କେନ୍ଦ୍ର ଯୋଗାଶ୍ରମରେ ଉନ୍ନତ ଜୀବନ ନିର୍ମାଣ ଜୀବନ୍ନମୁକ୍ତି ମାର୍ଗର ପ୍ରଣେତା ଆଦି ମୁନିଶ୍ୱର ଯୋଗେଶ୍ୱର ଶିବମୁନିଙ୍କ ୧୪୦ତମ ସ୍ମୃତି ସ୍ମାରକୀ ଜୟନ୍ତି ଓ ଅଖିଳ ଭୂ-ମଣ୍ଡଳୀୟ ସର୍ବଶିରୋମଣି ମୁନିକଲ୍ୟାଣ ପରିଷଦ ମୁନିଋଷି ସମାଜର ୩୬ତମ ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ପରମ ସ୍ୱରୂପ ଯୋଗାଚାର୍ଯ୍ୟ ସୁରେଶ ମୁନିଙ୍କ ପୌରହିତରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ମହାସଚିବ ଯୋଗାଚାର୍ଯ୍ୟ ଅଜୟମୁନି ପରିଚାଳନା କରିଥିଲେ । ଏହାପରେ ପୁରାତନ ଧ୍ୱଜା ଅବତରଣ କରାଯିବା ସହ ନୂତନ ଧ୍ୱଜା ଅଧ୍ୟକ୍ଷ ଯୋଗାଚାର୍ଯ୍ୟ ସୁରକ୍ଷା ମୁନିଙ୍କ ଦ୍ୱାରା ଉତ୍ତୋଳନ କରାଯାଇଥିଲା । ମହାପ୍ରଣବ ମନ୍ତ୍ର ଜପ ସହିତ ବେଦ ମନ୍ତ୍ର ଶୁଭ ଭାବନା ପାଠ କରାଯିବା ସହ ସଦ୍ଗୁରୁ ପରମାତ୍ମାଙ୍କୁ ଗଭିର ସ୍ମରଣ କରାଯାଇ ସ୍ମୃତି ତର୍ପଣ କରାଯାଇଥିଲା । ଏହାପରେ ସତସଙ୍ଗ ଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇ ସଦ୍ଗୁରୁଙ୍କ ୧୪୦ତମ ଜୟନ୍ତି ତଥା ତାଙ୍କ ଜୀବନି ଦର୍ଶନ ତତ୍ତ୍ୱ ସମ୍ପର୍କରେ ଏବଂ ଅଖିଳ ଭୂ-ମଣ୍ଡଳିୟ ସର୍ବଶିରୋମଣି ମୁନିକଲ୍ୟାଣ ପରିଷଦ ମୁନିଋଷି ସମାଜର ପ୍ରତିଷ୍ଠା ସମ୍ପର୍କରେ ଗଭିର ଆଲୋଚନା ହୋଇଥିଲା ଏଥିରେ ମୁନିମତି ଦମୟନ୍ତି, ଗୋପବନ୍ଧୁ ମୁନି ଅବସରପ୍ରାପ୍ତ ଅଧ୍ୟକ୍ଷାପ, ଯୋଗ୍ୟ ନେପାଳ ମୁନି, ଯୋଗୀ ସପନ ମୁନି, ଯୋଗୀ କେଶବ ମୁନି, ଯୋଗୀ ରମାକାନ୍ତ ମୁନି, ଯୋଗୀ ପରମାନନ୍ଦ ମୁନି, ଯୋଗୀ ଗଙ୍ଗାଧର ମୁନି, ଅତୁଲ ମୁନି, ମୁନିବର ସାଲାଖାନ ମୁନି, ଯୋଗୀ ଜଗନ୍ନାଥ ମୁନି, ମୁନିମତି ନିବେଦିତା ଦେବୀ, ରାମଚନ୍ଦ୍ର ମୁନି, ଅତୁଲ ମୁନି, ମୁନିକୁମାର ଚିନ୍ମୟ ଓ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ପେନ୍ସନାର ସଂଘର ସଭାପତି ଗୋପବନ୍ଧୁ ମୁନି, କାର୍ଯ୍ୟକାରୀ ସଭାପତି ଓ ରାଜ୍ୟ ସଂଗଠନ ସଚିବ ନୀଳରତ୍ନ ମୁନି, ସଂଗଠନ ସମ୍ପାଦକ ପ୍ରତାପ ଚନ୍ଦ୍ର ମହାପାତ୍ର, ସଭ୍ୟ ପ୍ରଭାକର ଜେନା, ଭଞ୍ଜମହାକୁଡ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରବଚନ ପ୍ରଦାନ ପରେ ସାମୂହିକ ଶାନ୍ତିପାଠ କରି ମାନବ ସମାଜର ଓ ଦେଶର ଶାନ୍ତି କାମନା କରାଯାଇଥିଲା ସର୍ବଶେଷରେ ମୁନିକଲ୍ୟାଣ ପରିଷଦ ମୁନିଋଷି ସମାଜର ସହସଚିବ ଯୋଗୀ ଗଙ୍ଗାଧର ମୁନି ସଦ୍ଗୁରୁଙ୍କର ଯୋଗବ୍ରହ୍ମ ବିଦ୍ୟା ଦ୍ୱାରା ମାନବ ସମାଜ ନିରୋଗ ନୀରାମୟ ହେବା ସହିତ ମୃତୁ୍ୟକୁ ଇଚ୍ଛାଧିନ କରି ଜୀବନ ମୁକ୍ତି ଲାଭ କରିବା ତତ୍ତ୍ୱ ଜ୍ଞାନ ପ୍ରଦାନ କରି ସମସ୍ତେ ନିୟମିତ ଯୋଗ କରିବା ନିହାତି ଆବଶ୍ୟକ ଏହା ଅନୁରୋଧ କରି ସର୍ବଶେଷରେ ଧନ୍ୟବାଦ ଦେଇଥିଲେ । ଏହାପରେ ଅଧ୍ୟକ୍ଷ ଜ୍ଞାନଯଜ୍ଞ ସମାପ୍ତ କରାଯିବାର ଘୋଷଣା କରି ସମାହିତ କରିଥିଲେ ।

Leave A Reply