Odisha news

୫ଟି ସଚିବ ଆଜି କନିସି ଗ୍ରସ୍ତ ବେଳେ ପ୍ରବଳ ବିରୋଧ ହେବାର ସମ୍ମୁଖୀନ : ପୁଲିସ୍ ନାକେ ଦମ୍

0

୫ଟି ସଚିବ ଆଜି କନିସି ଗ୍ରସ୍ତ ବେଳେ ପ୍ରବଳ ବିରୋଧ ହେବାର ସମ୍ମୁଖୀନ ଦେଖିବାକୁ ମିଳିଛି। ବିରୋଧ ଯୋଗୁଁ ପୁଲିସ୍ ନାକେ ଦମ୍ ହୋଇଛି। ୫ଟି ସଚିବ ଭି.କେ.ପାଣ୍ଡିଆନ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ କନିସି ବାଲାଜୀ ବିଦ୍ୟାପୀଠ ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିଥିବା ବେଳେ ବିଜେପି ପକ୍ଷରୁ ଏହାକୁ ବିରୋଧ କରି କଳା ପତାକା ଧାରଣ କରି ତୁଳୁ ରୋଡ ସ୍ଥିତ ଠାକୁରାଣୀ ମନ୍ଦିରରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ପଣ୍ଡିଆନ ଗୋ ବେକ୍ ନାରାବାଜିରେ ସଭାସ୍ଥଳକୁ ଆସୁଥିବା ବେଳେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ତାଙ୍କୁ ଅଟକାଇଥିଲେ। ବିଜେପି ଏକା ଜିଦ୍ ଯେ ସଭା ସ୍ଥଳକୁ ଯିବୁ ବୋଲି ଅଡି ବସିଥିଲା ଏପରି ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ଶେଷରେ ବିଜେପି ୧୬ନମ୍ବର ଜାତୀୟ ରାଜପଥ ଉଭୟ ପାର୍ଶ୍ଵ ଅବରୋଧ କରିଥିଲା। ପ୍ରାୟ ଦେଢ଼ ଘଣ୍ଟା ପରେ ବିଜେପି ସଭା ସ୍ଥଳକୁ ଧସେଇ ଯିବା ବେଳ ପୋଲିସ୍ ଓ ବିଜେପି ମଧ୍ୟରେ ଠେଲା ପିଲା ଆରଂଭ ହୋଇଥିଲା ଏଥିରେ କିଛି ବିଜେପି କର୍ମୀ ଆହତ ମଧ୍ଯ ହୋଇଥିବା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ ସାହୁ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପରିସ୍ଥିତି ଅଣ ଆୟତ ହେବାରୁ ପୁଲିସ୍ ବିଜେପି ନେତାଙ୍କୁ ଟେକିଟେକି ପୋଲିସ୍ ଗାଡ଼ିରେ ଭାର୍ତି କରି ଗିରଫ କରିଥିଲେ। ଏ ସମ୍ପର୍କରେ ଜିଲ୍ଲା ସଭାପତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଶାସକ ଦଳ ଇଙ୍ଗତରେ ପୋଲିସ୍ ଏକପାଖିଆ କାର୍ଯ୍ୟାନୁଷ୍ଠାନ କରୁଛି। ରାଜ୍ୟର ପଇସାରେ ବତନ୍ ଭୋଗି କର୍ମଚାରୀ ରାଜନୀତି କରୁଛି ଯଦି ରାଜନୀତି କରିବାର ଅଛି ତେବେ ଚାକିରି ଛାଡି ରାଜନୀତିରେ ଯୋଗ ଦିଅନ୍ତୁ ପାଣ୍ଡିଆନ ବାବୁ ବୋଲି ତାଙ୍କ ପ୍ରତିକ୍ରିୟାରେ ଶ୍ରୀ ଜେନା କହିଛନ୍ତି। ଏହି ବିରୋଧରେ ବିଜେପିର ବରିଷ୍ଠ କର୍ମୀ ସୁନିଲ୍ ପାତ୍ର,ସନତ ନାୟକ,ଜଗମୋହନ ପାତ୍ର,ରାଜେଶ ସାହୁ ଗଙ୍ଗାଧର ଶତପଥୀ,ରଜତ ପଣ୍ଡିତ,ଚିନ୍ମୟ ନନ୍ଦ ମହନ୍ତ, ସୁଧୀର ମଣ୍ଡଳ, ଡମ୍ବୁରୁ ପାତ୍ର, ଏଲ୍ଦା.ମୋହନ ଦାସ

Leave A Reply