Odisha news

କଣାସରେ ବନ୍ୟା ପାଣି ପଶି ଫସଲ ନଷ୍ଟ

0

କଣାସ,୦୪/୦୮/  ଜମିରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି ।ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଣାସ ବ୍ଲକରେ । ପ୍ରତି ବର୍ଷ ପରି ଚଳିତ ବର୍ଷ ହୀରାକୁଦ ପାଣି ଓ ଲଗାଣ ବର୍ଷା ଯୋଗୁଁ କଣାସ ବ୍ଲକର ଦୋକନ୍ଦା, ବଡାସ ,ତରପଡା ,କଖାରୁବସ୍ଥ,ବୈଦ୍ୟନାଥପାଟଣା , ପାଣ୍ଡିଆକେରା, ନାନକେରା,ସିମିଳୀପାଟଣା ,ଗଡ଼ ମାଟିଆପଡ଼ା, ବାଙ୍କତଳ ଓ ଘରଛିଆ,ଅଞ୍ଚଳରେ ପାଣି ପସି ବ୍ୟାପକ ଫସଲ ନଷ୍ଟ ହେବାକୁ ବସିଛି ।  ଚାଷୀମାନେ ଧାର କରଜ କରି ଧାନ ଓ ପନିପରିବାର ଫସଲ କରିଥିଲେ ହେଲେ ଅମଳ  ପୂର୍ବରୁ ବନ୍ୟା ପାଣି ଆସି ଫସଲ ଉଜାଡି ଦେଇଛି । ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଓ ବନ୍ୟା ବାତ୍ୟା ଯୋଗୁ ଚାଷ ଉଜୁଡି ଥିବା ବେଳେ ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି । କିଭଳି ପରିବାର ପ୍ରତି ପୋଷଣ ହେବ ଏବଂ ଧାର କରଜ ସୁଝିବେ ସେଚିନ୍ତା ଘାରିଛି ଚାଷୀମାନଙ୍କୁ ।ବାଧ୍ୟ ହୋଇ ଚାଷୀମାନେ  ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାପାଇଁ ବାହାରିଲେଣି । ସେପଟେ କଣାସ ବ୍ଲକ କୃଷି ଅଧିକାରୀ ସାଗର ସାହୁ କହିଛନ୍ତି ବିଭିନ୍ନ ସ୍ଥାନ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରି ସରକାରଙ୍କୁ ରିପୋର୍ଟ ଦିଆଯିବ ।ଯେଉଁ ଅନୁସାରେ କ୍ଷେୟକ୍ଷେତି ହୋଇଥିବ ଚାଷୀ ମାନଙ୍କୁ ସରକାରୀ ସାହାଯ୍ୟ ମିଳିବ । ସରକାରଙ୍କ ପକ୍ଷରୁ କ୍ଷେୟ କ୍ଷେତି ହୋଇଥିବା ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି ।

Leave A Reply